ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ : ମାସୁଦ ଆଝାରକୁ ୟୁରୋପୀୟ ସଂଘ ଦ୍ୱାରା ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: ମାସୁଦ ଆଝାର ଉପରେ ଫ୍ରାନ୍ସ ପରେ ଜର୍ମାନୀ କଡା ଆଭିମୁଖ୍ୟ ଗ୍ରହଣ କରିଛି । ୟୁରୋପୀୟ ସଂଘ ଦ୍ୱାରା ମାସୁଦକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି ଜର୍ମାନୀ । ତେବେ ୟୁରୋପୀୟ ସଂଘର ୨୮ଟି ରାଷ୍ଟ୍ର ରାଜି ହେଲେ ମାସୁଦ ଆଝାରକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରାଯିବ । ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ଭିଟୋ ପାୱାର ବ୍ୟବହାର କରି ମାସୁଦକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ଘୋଷଣା କରିବାରୁ ବଂଚାଇଥିଲା ଚୀନ୍ । ମିଳିଥିବା ସୂଚନା ଅନୁସାରେ ୟୁରୋପୀୟ ସଂଘରେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡିକ ସହ ଆଲୋଚନା କରୁଛି ଜର୍ମାନୀ । ଯଦି ଜର୍ମାନୀକୁ ଏଥିରେ ସଫଳତା ମିଳେ ତେବେ ମାସୁଦ ଆଝାରର ସମସ୍ୟା ବଢିଯିବ ।

-୨୮ଟି ରାଷ୍ଟ୍ରରେ ଥିବା ମାସୁଦର ସମ୍ପତ୍ତି ଜବତ କରାଯିବ

-୨୮ଟି ଦେଶକୁ ଯାତ୍ରା କରିପାରିବ ନାହିଁ ଦୁର୍ଦ୍ଦାନ୍ତ ମାସୁଦ ଆଝାର

ସୂଚନା ଅନୁସାରେ ପୂର୍ବରୁ ଜୈସ-ଏ-ମହମ୍ମଦ ମୁଖ୍ୟ ଆଝାର ସମ୍ପତ୍ତି ଜବତ କରିବା ନେଇ ଫ୍ରାନ୍ସ ସରକାର ଘୋଷଣା କରିସାରିଛନ୍ତି । ପୁଲୱାମା ଆତଙ୍କୀ ହାମଲାର ମାଷ୍ଟରମାଇଣ୍ଡ ମାସୁଦ ଆଝାର ଓ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଫ୍ରାନ୍ସ ସରକାର । ଏହାସହ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଦିଗରେ ୟୁରୋପୀୟ ସଂଘ ସହିତ ମିଳିତ ଭାବେ ଫ୍ରାନ୍ସ ସରକାର କାମ କରିବେ ବୋଲି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର