ହାମିର୍ପୁର : ସେପ୍ଟମ୍ବରରେ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ । ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧ ବୋଲି ଗ୍ରହଣ କରୁଥିବା ଧାରା ୩୭୭କୁ ଉଚ୍ଛେଦ କରାଯାଇ ସମଲିଙ୍ଗୀ ଯୌନ ସଂପର୍କ ବେଆଇନ୍ ନୁହଁ ବୋଲି ଘୋଷଣା କରିଥିଲେ ସୁପ୍ରିମ୍ କୋର୍ଟ । ଏହି ରାୟ ପରେ ସମଲିଙ୍ଗୀମାନଙ୍କର ସମସ୍ତ ସମସ୍ୟା ଶେଷ ହୋଇଯିବ ବୋଲି ଆଶା କରାଯାଉଥିବା ବେଳେ ସୁପ୍ରିମ୍ କୋର୍ଟଙ୍କ ରାୟର କୌଣସି ପ୍ରଭାବ ଦେଶରେ ପଡ଼ି ନଥିବା ଦେଖା ଯାଇଛି । ଲୋକମାନେ ଏହାକୁ ଏ ପର୍ଯ୍ୟନ୍ତ ଗ୍ରହଣ କରି ନଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ହାମିର୍ପୁର ଜିଲ୍ଲାରେ ଜଣେ ସମଲିଙ୍ଗୀ ଦମ୍ପତିଙ୍କର ବିବାହ ପଞ୍ଜିକରଣ ପାଇଁ ତାଙ୍କୁ ମନା କରି ଦିଆ ଯାଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/1920-300x197.jpg)
ସୂଚନା ମୁତାବକ, ରଥ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଦୁଇ ମହିଳା ପରସ୍ପରକୁ ଭଲ ପାଉଥିବା ବେଳେ ବିବାହ କରିଥିଲେ। ବିବାହ ପରେ ଦୁହେଁ ବିବାହ ପଞ୍ଜିକରଣ ପାଇଁ ପହଞ୍ଚିଥିବା ବେଳେ ସବ୍-ରେଜିଷ୍ଟ୍ରାର ରାମ୍କିଶୋର ପାଲ୍ ପଞ୍ଜିକରଣ କରିବେ ନାହିଁ ବୋଲି ମନା କରି ଦେଇଥିଲେ । ତାଙ୍କ କହିବା ଅନୁଯାୟୀ, ସୁପ୍ରିମ୍ କୋର୍ଟ ସମଲିଙ୍ଗୀ ଯୌନ ସଂପର୍କ ପାଇଁ ଅନୁମତି ଦେଇଛି କିନ୍ତୁ ସମଲିଙ୍ଗୀ ବିବାହ ପାଇଁ ନୁହେଁ । ଯାହା ପାଇଁ ମୁଁ ବିବାହର ପଞ୍ଜିକରଣ କରି ପାରିବି ନାହିଁ । ଏକଥା କହି ରାମ୍କିଶୋର ପାଲ୍ ଦୁଇ ମହିଳାଙ୍କୁ ଫେରାଇ ଦେଇଥିଲେ ।