ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ପାଖକୁ ଆସୁଛି ଟେଲିକମ୍‌ ବିଲ୍‌

ଜମ୍ମୁ : ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯିବା ସହ ତାକୁ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା କରାଯାଇଥିଲା । ଯାହା ପରେ ହିଂସା ଆଶଙ୍କାରେ ଜମ୍ମୁ-କଶ୍ମୀରରୁ ମୋବାଇଲ୍‌ ଫୋନ୍‌ ସେବା ଓ ଇଣ୍ଟରନେଟ୍‌ ସେବା ଅଚଳ କରି ଦିଆଯାଇଥିଲା । ଲୋକେ ନିଜ ନିଜର ପରିଜନକଙ୍କୁ ସଂପର୍କ କରି ପାରୁ ନଥିବା ବେଳେ ଏ ପର୍ଯ୍ୟନ୍ତ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇ ନାହିଁ । ତେବେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସେବା ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଜମ୍ମୁ-କଶ୍ମୀରବାସୀଙ୍କୁ ଟେଲିକମ କମ୍ପାନୀ ପକ୍ଷରୁ ବିଲ୍‌ ମିଳୁଥିବା ଜଣାପଡ଼ିଛି ।

ସଫାକଡ଼ାଲର ବାସିନ୍ଦା ଓବେଦ୍‌ ନବିଙ୍କ କହିବା ଅନୁଯାୟୀ, ଅଗଷ୍ଟ ୫ ପରଠାରୁ ମୋବାଇଲ୍‌ ଫୋନ କି ଇଣ୍ଟରନେଟ୍‌ ସେବା ଚାଲୁ ହୋଇନାହିଁ । କିନ୍ତୁ ମୋତେ ଏୟାରଟେଲ୍‌ ପକ୍ଷରୁ ୭୭୯ର ବିଲ୍‌ ମିଳିଛି । କ’ଣ ପାଇଁ ମୋତେ ଏ ବିଲ୍‌ ମିଳିଛି ତାହା ମୁଁ ବୁଝି ପାରୁ ନାହିଁ ।

Kashmir After Article 370-17
indiatimes.com

ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ପ୍ରତି ମାସରେ ମୋତେ ୩୮୦ଟଙ୍କା ଦେବାକୁ ପଡ଼ିଥାଏ । କିନ୍ତୁ ଏ ମାସରେ କୌଣସି ବ୍ୟବହାର କରାଯାଇ ନ ଥିଲେ ମଧ୍ୟ ମୋତେ ତାହାଠାରୁ ଅଧିକ ବିଲ୍‌ ମିଳିଛି । ତେବେ ଏ ସମସ୍ୟା ବିଷୟରେ ଜାଣିବା ପାଇଁ ଭାରତୀ ଏୟାରଟେଲକୁ ସଂପର୍କ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର