ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଚାର ଧାମ୍ ଯାତ୍ରା ରାସ୍ତାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ବିଜେପି ସାଂସଦ ତଥା ପ୍ରାଣୀ ଅଧିକାର କର୍ମୀ ମାନେକା ଗାନ୍ଧୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ନାମରେ ଚାଲିଥିବା ବଡ଼ ଧରଣର ଜଙ୍ଗଲ କ୍ଷୟ ଉପରେ ମଧ୍ୟ ମାନେକା ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଭାବୁଛି ଭଗବାନ ମଧ୍ୟ ଚାର ଧାମ୍ରୁ ପଳାଇ ଯାଇଛନ୍ତି।
ବିକାଶ ନାମରେ ଚାର ଧାମ୍ ଯାତ୍ରା ରାସ୍ତାରେ କଂକ୍ରିଟକରଣ କରାଯାଉଛି। ସାମ୍ବାଦିକମାନେ ଏ ବିଷୟରେ ପଚାରିବାରୁ, ମାନେକା ଗାନ୍ଧୀ କହିଛନ୍ତି,ମୁଁ ଭାବୁଛି ଭଗବାନ ମଧ୍ୟ ଚାର ଧାମ୍ରୁ ପଳାଇ ଯାଇଛନ୍ତି। ଗତ ବର୍ଷ ହେମକୁଣ୍ଡରେ ୭୦୦ ପ୍ରାଣୀ ପଡ଼ିଥିଲେ। ଏଠାରେ କେଉଁ ଭଗବାନ ଆଉ ରହିବେ? ଯେଉଁ ସ୍ଥାନରେ ଘାସ ପଡ଼ିଆ ଥିଲା, ଫୁଲ ଥିଲା ଏବଂ ଲାଗୁଥିଲା ଯେ, ଆମେ ସ୍ୱର୍ଗରେ ପହଞ୍ଚିଗଲୁ ବୋଲି, ଏବେ ଯେତେବେଳେ ଆମେ ସେଠାକୁ ଯାଉଛୁ, ସେଠାରେ ଆଉ କିଛି ନାହିଁ, ଏହା ଦେଖି ଆମର ହୃଦୟ ଭାଙ୍ଗିଯାଉଛି।
ଚାର ଧାମ୍ ଯାତ୍ରା ରୁଟ୍ରେ ନିର୍ମାଣ କାର୍ଯ୍ୟ ପାଇଁ ବଡ଼ ପରିମାଣରେ ଜଙ୍ଗଲ କଟାଯାଉଛି। ଯାହାକୁ ପରିବେଶବିତ୍, ସ୍ଥାନୀୟ ନାଗରିକ ଏବଂ ତୀର୍ଥଯାତ୍ରୀମାନେ ବିରୋଧ କରିଛନ୍ତି। କୁହାଯାଉଛି ଯେ, ଏହି ପ୍ରକଳ୍ପ ପାର୍ବତ୍ୟ ଅଞ୍ଚଳର ପରିବେଶକୁ କ୍ଷତି ପହଞ୍ଚାଇପାରେ ଏବଂ ଭୂସ୍ଖଳନର ବିପଦକୁ ଆହୁରି ବୃଦ୍ଧି କରିପାରେ। ଏହା ପରିବେଶ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ। ଏହା ସହିତ, ସ୍ଥାନୀୟ ବାସିନ୍ଦାଙ୍କର ପାରମ୍ପରିକ ପଦ୍ଧତି ମଧ୍ୟ ବିପଦରେ ପଡ଼ିପାରେ।
#WATCH | Mumbai, Maharashtra: Animal rights activist & BJP leader Maneka Gandhi says, "Mujhe lagta hai bhagwan bhi bhaag gaye hai Char Dhamo se... Last year, 700 animals fell from Hemkund. 'Kaun bhagwan tikega isme?'... The places where there were meadows, flowers, and it felt… pic.twitter.com/gJbnHMcjgi
— ANI (@ANI) September 13, 2025
ସୂଚନାଯୋଗ୍ୟ,ଚାର ଧାମ୍ ଯାତ୍ରା ରାସ୍ତାରେ କଂକ୍ରିଟ କରଣ ଯୋଗୁ ବହୁ ସଂଖ୍ୟକ ଗଛ କଟାଯାଉଛି। ଯାହା ଫଳରେ ପ୍ରାକୃତିକ ଭୂମିରେ ପରିବର୍ତ୍ତନ ହେଉଛି। ଏହା ଯୋଗୁ ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ବୃଦ୍ଧି ପାଉଛି । ଏହା ସହିତ, ପାର୍ବତ୍ୟ ଅଞ୍ଚଳର ନାଜୁକ ପରିବେଶ ମଧ୍ୟ କଂକ୍ରିଟୀକରଣ ଦ୍ୱାରା ଖରାପ ଭାବରେ ପ୍ରଭାବିତ ହେଉଛି, ଯାହା ସେଠାରେ ରହୁଥିବା ପ୍ରାଣୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ନାଗରିକ ଏବଂ ପରିବେଶଗତ ଗୋଷ୍ଠୀଗୁଡ଼ିକ କଂକ୍ରିଟୀକରଣକୁ ଦୃଢ଼ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ଏହି ପ୍ରକଳ୍ପ କ୍ଷତିକାରକ ଏବଂ ବେଆଇନ। ଯାହା ବିରୁଦ୍ଧରେ ସେମାନେ କୋର୍ଟରେ ମାମଲା ଦାଏର କରିଛନ୍ତି ଏବଂ ଆଇନଗତ ଲଢ଼େଇ ଲଢୁଛନ୍ତି।