ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସବୁବେଳେ ନିଜ ଭାଷଣ ଜରିଆରେ ଲୋକଙ୍କ ମନ କିଣି ନେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିପ୍ରମ୍ପଟର ବିନା ପଦେ ବି କହିପପାରିବେନି ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ଗତକାଲି ଘଟିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ ଟୁଇଟ୍ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍ର ଡାଭୋସ୍ ସମ୍ମିଳନୀରେ ଉଦ୍ବୋଧନ ଦେଉଥିବା ବେଳେ ହଠାତ ଆଗରେ ଲାଗିଥିବା ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ପ୍ରଧାନମନ୍ତ୍ରୀ ଅଟକି ଯାଇଥିବା ଦେଖାଯାଇଥିଲା। ଏହି ସମୟର ଭିଡିଓକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ସୋସିଆଲ୍ ମିଡିଆରେ ସେୟାର କରିଥିଲେ।ପରେ ଏହା ଭାଇରାଲ୍ ହୋଇଥିଲା।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଭାଷଣ ଆରମ୍ଭ ହେବା ପରେ ପରେ ଅଧାରୁ ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ପ୍ରଧାନମନ୍ତ୍ରୀ ବାମ ପାର୍ଶ୍ବକୁ ଦେଖିବା ସହ ଅଟକି ଯାଉଛନ୍ତି। କାନରୁ ଇୟରଫୋନ୍ ଖୋଲି ଫୋରମର ମିଟିଂ ପରିଚାଳକଙ୍କୁ ପଚାରୁଛନ୍ତି କି ତାଙ୍କ କଥା ସ୍ପଷ୍ଟ ଶୁଣାଯାଉଛି କି ନାହିଁ। ଏହାପରେ ତାଙ୍କ ଇଣ୍ଟରପ୍ରିଟରଙ୍କ କଥା ଶୁଭୁଛିକି ନାହିଁ ପଚାରୁଛନ୍ତି। ଏହାପରେ ମିଟିଂ ସଂଯୋଜକ ହଁ ଶୁଣାଯାଉଛି ବୋଲି କହୁଛନ୍ତି। ଏହାର କିଛି ସେକେଣ୍ଡ ପରେ ସେ ପୁଣି ଥରେ ନିଜର ଭାଷଣ ଆରମ୍ଭ କରୁଛନ୍ତି। ତେବେ ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ମୋଦୀଙ୍କୁ ସମାଲୋଚନା କରି ଟ୍ବିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଲେଖିଛନ୍ତି ଯେ, ଏତେ ମିଛ ଟେଲିପ୍ରମ୍ପଟର ବି ସହିପାରିଲା ନାହିଁ।
इतना झूठ Teleprompter भी नहीं झेल पाया।
— Rahul Gandhi (@RahulGandhi) January 18, 2022
ଟ୍ବିଟ ସହ ରାହୁଲ ଗାନ୍ଧୀ କିଛି ଦିନ ତଳେ ମୋଦୀଙ୍କୁ ନେଇ କହିଥିବା କଥାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ରାହୁଲ କହୁଛନ୍ତି ଯେ, ନରେନ୍ଦ୍ର ମୋଦୀଜୀଙ୍କ ପାଖରେ ଏବେ କହିବାକୁ କିଛି ନାହିଁ। ଟେଲିପ୍ରମ୍ପଟର ସାହାଯ୍ୟରେ ସେ ଭାଷଣ ଦେଉଛନ୍ତି। ଟେଲିପ୍ରମ୍ପଟର ବିନା ସେ ପଦଟିଏ ବି କହିପାରିବେ ନାହିଁ।
Once again Rahul Gandhi Ji’s statement came true pic.twitter.com/dLRHBMqirz
— With Congress (@WithCongress) January 18, 2022