ମେ’ ୨୧,୧୯୯୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡ଼ୁର ଶ୍ରୀପେରୁମବୁଦୁରରେ ଏକ ନିର୍ବାଚନ ରୢାଲିରେ ହତ୍ୟା କରାଯାଇଥିଲା। ଧନୁ ନାମ୍ନୀ ଜଣେ ମହିଳା ଆତ୍ମଘାତୀ ଆକ୍ରମଣକାରୀ ରାଜୀବଙ୍କୁ ହତ୍ୟା କରିଥିଲା।
ମେ’ ୨୪,୧୯୯୧: ସିବିଆଇର ଏଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଟିମ୍)କୁ ଏହି ମାମଲାର ତଦନ୍ତଭାର ହସ୍ତାନ୍ତର ହେଲା
ଜୁନ୍ ୧୧, ୧୯୯୧: ଏଜି ପେରାରିବାଲାନ(୧୯)କୁ ସିବିଆଇ ଟାଡା (ଟେରରିଜମ୍ ଆଣ୍ଡ ଡିସରପ୍ଟିଭ ଆକ୍ଟିଭିଟିଜ୍ (ପ୍ରିଭେନସନ୍) ଆଇନ ଅଧୀନରେ ଗିରଫ କଲା
ଜାନୁଆରି ୨୮, ୧୯୯୮: ଟାଡା କୋର୍ଟ ପେରାରିବାଲାନ ସମେତ ୨୬ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ
ମେ’ ୧୧, ୧୯୯୯: ସୁପ୍ରିମକୋର୍ଟ ପେରାରିବାଲାନର ଦଣ୍ଡାଦେଶକୁ କାଏମ ରଖିଲେ
ଅକ୍ଟୋବର ୮, ୧୯୯୯: ପେରାରିବାଲାନର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ
ଏପ୍ରିଲ ୨୦୦୦: ପୂର୍ବତନ କଂଗ୍ରେସ ସଭାପତି ତଥା ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆ ଗାନ୍ଧିଙ୍କ ଅନୁରୋଧ ଏବଂ ରାଜ୍ୟ ସରକାରଙ୍କ ସୁପାରିସକ୍ରମେ ତାମିଲନାଡ଼ୁ ରାଜ୍ୟପାଳ ନଳିନୀ ଶ୍ରୀହରନର ମୃତ୍ୟୁ ଦଣ୍ଡାଦେଶ କୋହଳ କରି ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ଅଗଷ୍ଟ ୧୨, ୨୦୧୧: ପେରାରିବାଲାନ ସମ୍ବିଧାନର ଧାରା ୭୨ ଅଧୀନରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା। କିନ୍ତୁ ଏହା ଖାରଜ ହୋଇଗଲା। ଏହାପରେ ପେରାରିବାଲାନ ମାଡ୍ରାସ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କଲା।
ମେ’ ୧, ୨୦୧୨: ସୁପ୍ରିମକୋର୍ଟଙ୍କୁ ମାମଲାର ସ୍ଥାନାନ୍ତର କଲେ ହାଇକୋର୍ଟ
ଫେବ୍ରୁଆରି ୧୮, ୨୦୧୪: ସୁପ୍ରିମକୋର୍ଟ ପେରାରିବାଲାନ ଏବଂ ଅନ୍ୟ ୨ ଜଣ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ କୋହଳ କଲେ
ଡିସେମ୍ବର ୩୦, ୨୦୧୫: ଦଣ୍ଡାଦେଶ କୋହଳ ପାଇଁ ପେରାରିବାଲାନ ସମ୍ବିଧାନର ଧାରା ୧୬୧ ଅଧୀନରେ ପିଟିସନ୍ ଦାଖଲ କଲା
ସେପ୍ଟେମ୍ବର ୯, ୨୦୧୮: ପେରାରିବାଲାନର ମୁକ୍ତି ପାଇଁ ତାମିଲନାଡ଼ୁ କ୍ୟାବିନେଟ୍ ଏକ ପ୍ରସ୍ତାବ ଗୃହୀତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଲେ
ଜାନୁଆରି ୨୫, ୨୦୨୧: ତାମିଲନାଡ଼ୁ ରାଜ୍ୟପାଳ ପେରାରିବାଲାନର ଆବେଦନ ଏବଂ ତାମିଲନାଡ଼ୁ କ୍ୟାବିନେଟର ସୁପାରିସ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ
ମାର୍ଚ୍ଚ ୯, ୨୦୨୨: ପେରାରିବାଲାନ ୩୧ବର୍ଷରୁ ଊର୍ଦ୍ଧ୍ବ ସମୟ ଜେଲ୍ରେ ରହିଥିବାରୁ ସୁପ୍ରିମକୋର୍ଟ ତାକୁ ଜାମିନରେ ମୁକୁଳାଇଲେ
ମେ’ ୧୮, ୨୦୨୨: ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅଧୀନରେ ନିଜ ଅସାଧାରଣ କ୍ଷମତା ପ୍ରୟୋଗ କରି ପେରାରିବାଲାନକୁ ମୁକ୍ତ କଲେ
ଅଗଷ୍ଟ ୧୨, ୨୦୨୧: ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ ସେମାନଙ୍କୁ ଆଗୁଆ ଖଲାସ କରିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ
ଅଗଷ୍ଟ ୨୬, ୨୦୨୨: ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କଲେ
ନଭେମ୍ବର ୧୧, ୨୦୨୨: ରାଜୀବ ଗାନ୍ଧି ହତ୍ୟା ମାମଲାରେ ଅନ୍ୟ ୬ ଦୋଷୀଙ୍କୁ ମୁକ୍ତ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ