କୃଷକ ଆନ୍ଦୋଳନର ଘଟଣାକ୍ରମ: ଆରମ୍ଭରୁ ଆଜିଯାଏ

ନୂଆଦିଲ୍ଲୀ : ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି କୃଷକମାନେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରି ଆସୁଛନ୍ତି। ଏହି ବର୍ଷକ ମଧ୍ୟରେ ଅନେକ ହିଂସା ଉପୁଜିଛି ଏବଂ ଅନେକ କୃଷକଙ୍କ ଜୀବନ ଯାଇଛି। ଶୀତ, ଖରାକୁ ଖାତିର ନକରି ପଂଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀର ଭିନ୍ନ ସୀମା ନିକଟରେ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଆନ୍ଦୋଳନରେ ବସିଛନ୍ତି। ସେମାନେ ୩ କୃଷି ଆଇନର ପ୍ରତ୍ୟାହାର ଦାବିରେ ଅଟଳ ରହିବାରୁ ଶେଷରେ କୃଷି ଆଇନ ପ୍ରତ୍ୟାହାର ହୋଇଛି। ନୂଆ କୃଷି ଆଇନ ଓ ଏ ବାବଦ ଆନ୍ଦୋଳନ ସଂକ୍ରାନ୍ତ ଟାଇମ୍‌ଲାଇନ।

ଜୁନ୍‌ ୫, ୨୦୨୦: ସରକାର ୩ ନୂଆ କୃଷି ଆଇନ ଘୋଷଣା କଲେ
ସେପ୍ଟେମ୍ବର ୧୪: ସଂସଦରେ କୃଷି ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଅଣାଗଲା
ସେପ୍ଟେମ୍ବର ୧୭: ଲୋକସଭାରେ ଅଧ୍ୟାଦେଶ ଗୃହୀତ
ସେପ୍ଟେମ୍ବର ୨୦: ରାଜ୍ୟସଭାରେ ଅଧ୍ୟାଦେଶ ବାଚନିକ ଭୋଟ୍‌ରେ ଗୃହୀତ
ସେପ୍ଟେମ୍ବର ୨୪: ପଂଜାବ କୃଷକଙ୍କ ୩ ଦିନ ରେଳରୋକ ଘୋଷଣ‌ା
ସେପ୍ଟେମ୍ବର ୨୫: କିଷାନ ସଂଘର୍ଷ ସମବାୟ ସମିତି ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା
ସେପ୍ଟେମ୍ବର ୨୬: କୃଷି ଆଇନକୁ ବିରୋଧ କରି ଶିରୋମଣି ଅକାଳୀ ଦଳ ଏନ୍‌ଡିଏ ଛାଡ଼ିଲା
ସେପ୍ଟେମ୍ବର ୨୭: ରାଷ୍ଟ୍ରପତି କୃଷି ବିଲ୍‌କୁ ସ୍ବୀକୃତି ଦେଲେ
ନଭେମ୍ବର ୩: କୃଷକ ସଂଗଠନର ‘ଚକା ଜାମ୍‌’ ଡାକରା
ନଭେମ୍ବର ୨୫: କୃଷକ ସଂଗଠନର ‘ଦିଲ୍ଲୀ ଚାଲୋ’ ଆନ୍ଦୋଳନ ଡାକରା
ନଭେମ୍ବର ୨୬: ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ‘ଦିଲ୍ଲୀ ଚଲୋ’ ଡାକରା ନେଇ ଦିଲ୍ଲୀ ସୀମା ନିକଟରେ ଏକତ୍ରିତ ହେଲେ। ପୁଲିସ ସହ କୃଷକଙ୍କ ସଂଘର୍ଷ, କୃଷକଙ୍କ ଉପରେ ଜଳ ଏବଂ ଲୁହବୁହା ଗ୍ୟାସ ସେଲ୍‌ ପ୍ରୟୋଗ
ନଭେମ୍ବର ୨୮: ଅମିତ ଶାହ କହିଲେ କୃଷକମାନେ ଦିଲ୍ଲୀ ସୀମା ଛାଡ଼ି ବୁରାଡ଼ିରେ ନିର୍ଦ୍ଦିଷ୍ଟ ଆନ୍ଦୋଳନ ସ୍ଥଳ ଗଲେ ସେମାନଙ୍କ ସହ କଥା ହେବି। କୃଷକଙ୍କ ପ୍ରତ୍ୟାଖ୍ୟାନ।
ଡିସେମ୍ବର ୧: କୃଷକ ପ୍ରତିନିଧିଙ୍କ ସହ ସରକାରଙ୍କର ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ୩୫ କୃଷକ ସଂଗଠନର ନେତାଙ୍କ ମଧ୍ୟରେ କଥାବାର୍ତ୍ତା ବିଫଳ
ଡିସେମ୍ବର ୩: ସରକାରଙ୍କ ସହ ମାରାଥନ ୮ ଘଣ୍ଟାର ବୈଠକ ବିଫଳ
ଡିସେମ୍ବର ୫: କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ କଥାବାର୍ତ୍ତା ବିଫଳ
ଡିସେମ୍ବର ୮: କୃଷକଙ୍କ ଭାରତ ବନ୍ଦ ଡାକରା । ପଂଜାବ , ହରିୟାଣାରେ ବ୍ୟାପକ ପ୍ରଭାବ
ଡିସେମ୍ବର ୯: କେନ୍ଦ୍ର ସରକାରଙ୍କ କୃଷି ଆଇନରେ ସଂଶୋଧନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖ୍ୟାନ
ଡିସେମ୍ବର ୧୧: କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କୃଷକ ସଂଗଠନ
ଡିସେମ୍ବର ୩୦: ସରକାରଙ୍କ ସହ ଷଷ୍ଠ ପର୍ଯ୍ୟାୟ କଥାବାର୍ତ୍ତା
ଜାନୁଆରି ୪: ସପ୍ତମ ପର୍ଯ୍ୟାୟ କଥାବାର୍ତ୍ତାରୁ ବି ନିଷ୍କର୍ସ ବାହାରିଲାନି
ଜାନୁଆରି ୭,
୨୦୨୧: କୃଷି ଆଇନକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମ କୋର୍ଟ
ଜାନୁଆରି ୧୧: ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରିବାକୁ କହିଲେ
ଜାନୁଆରି ୧୨: କୃଷି ଆଇନର କାର୍ଯ୍ୟକାରୀତା ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ। ପ୍ରସ୍ତାବ ଦେବାପାଇଁ ଏକ କମିଟି ଗଠନ।
ଜାନୁଆରି ୨୬: ସାଧାରଣତନ୍ତ୍ର ଦିବସରେ କୃଷକମାନେ ଦିଲ୍ଲୀର ଆଇଟିଓ ଏବଂ ଲାଲ୍‌କିଲ୍ଲା ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ। ପୁଲିସ ସହ ଜୋରଦାର ସଂଘର୍ଷ। ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ। ଲାଲକିଲ୍ଲାରେ ଭଙ୍ଗାରୁଜା। ଆତଙ୍କବାଦୀ ସଂଗଠନର ପତାକା ଉଡ଼ାଇବା ନେଇ ବିବାଦ
ଫ୍ରେବୁଆରି ୨: ଗୀତିକାର ରିହାନ୍ନା, ଜଳବାୟୁ ସାମାଜିକ କର୍ମୀ ଗ୍ରେଟା ଥନବର୍ଗ କୃଷକଙ୍କୁ ସମର୍ଥନର ହାତ ବଢ଼ାଇଲେ
‌ଫେବ୍ରୁଆରି ୫: କୃଷକ ଆନ୍ଦୋଳନକୁ ନେଇ ପ୍ରସ୍ତୁତ ହୋଇଥିବା ଟୁଲକିଟ୍‌ ଯାହାକି ଗ୍ରେଟା ସେୟାର କରିଥିଲେ। ଟୁଲକିଟ ଯିଏ ପ୍ରସ୍ତୁତ କରିଥିଲେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା
ଫେବ୍ରୁଆରି ୯: ସାଧାରଣତନ୍ତ୍ର ଦିବସ ହିଂସା ମାମଲାରେ ପଂଜାବୀ ଅଭିନେତା ଦୀପ ସିନ୍ଧୁ ଜଣେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ ଏବଂ ଗିରଫ ହୋଇଥିଲେ
ଫେବ୍ରୁଆରି ୧୪: ଟୁଲକିଟ୍‌ ଏଡିଟ୍‌ କରିବା ମାମଲାରେ ୨୧ ବର୍ଷୀୟା ଜଳବାୟୁ ସାମାଜିକ କର୍ମୀ ଦିଶା ରବି ଗିରଫ
ଫେବ୍ରୁଆରି ୧୮: କୃଷକ ସଂଗଠନ ପକ୍ଷରୁ ‌ଦେଶବ୍ୟାପୀ ରେଳରୋକ ଡାକରା
ମାର୍ଚ୍ଚ ୨: ପଂଜାବ ବିଧାନସଭାକୁ ଆନ୍ଦୋଳନ ଯାତ୍ରା ସମୟରେ ଅକାଳି ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଏବଂ ଅନ୍ୟ ନେତାମାନେ ଅଟକ
ମାର୍ଚ୍ଚ ୫: ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଂଜାବ ବିଧାନସଭାରେ ପ୍ରସ୍ତାବ ଗୃହୀତ
ମା‌ର୍ଚ୍ଚ ୬: ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନକୁ ବ‌ର୍ଷେ ପୂରିଲା
ଅଗଷ୍ଟ ୭: ଆନ୍ଦୋଳନ ସଂକ୍ରାନ୍ତରେ ଆଲୋଚନା ପାଇଁ ସଂସଦରେ ବିରୋଧୀ ଦଳଙ୍କ ବୈଠକ
ଅଗଷ୍ଟ ୨୮: କର୍ନଲ୍‌ରେ ଆନ୍ଦୋଳନରତ କୃଷକଙ୍କ ଉପରେ ପୁଲିସର ଲାଠିମାଡ଼। ଅନେକ କୃଷକ ଆହତ
‌ସେପ୍ଟେମ୍ବର ୭: ଆନ୍ଦୋଳନ ପାଇଁ କୃଷକମାନେ କର୍ନଲ୍‌ ପହଞ୍ଚିଲେ
ସେପ୍ଟେମ୍ବର ୧୧: ଲାଠିମାଡ଼ ଘଟଣାର ତଦନ୍ତ ପାଇଁ ରାଜି ହେଲେ ହରିୟାଣା ସରକାର
ଅକ୍ଟୋବର ୩: ଲଖିମପୁର ଖେରିରେ ହିଂସା ଘଟଣା। କୃଷକମାନେ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିଯୋଗୁଁ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା
ଅକ୍ଟୋବର ୬: ଲଖିମପୁର ଖେରି ହିଂସା ଘଟଣାରେ ଏତଲା ରୁଜୁ। କୃଷକଙ୍କ ଉପରେ ଯେଉଁ ଗାଡ଼ି ମାଡ଼ିଯାଇଥିଲା ସେହି ଗାଡ଼ିରେ ଆଶିଷ ମିଶ୍ର ଥିବା ଜଣାପଡ଼ିଥିଲା।
ଅକ୍ଟୋବର ୧୪: ଆଶିଷ ମିଶ୍ର ଜେଲ୍‌ ଗଲେ
ନଭେମ୍ବର ୧୭: ଲଖିମପୁର ଖେରି ହିଂସା ଘଟଣାରେ ତଦନ୍ତର ତଦାରଖ ପାଇଁ ସୁପ୍ରିମକୋର୍ଟ ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କଲେ
ନଭେମ୍ବର ୧୭: ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଥିବା ସମସ୍ତ ଏତଲା ରଦ୍ଦ କରାଯିବା ନେଇ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଘୋଷଣା
ନଭେମ୍ବର ୧୯: କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର କର‌ିନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା

ସମ୍ବନ୍ଧିତ ଖବର