ସମୁଦ୍ରରେ ଟ୍ରାଫିକ ଜାମ ! ସୁଏଜ କେନାଲରେ ଅଟକି ରହିଛି ଜାହାଜ

ଦୁବାଇ : ମଧ୍ୟ ଏସିଆରେ ହଠାତ ଏକ ବଡ଼ ସଂକଟ ଦେଖାଦେଇଛି । ସୁଏଜ କେନାଲରେ ଏଭର ଗ୍ରୀନ ନାମକ ଏକ ମାଲବାହୀ ଜାହାଜ ଅଟକି ରହିଛି । ଏହା ଫଳରେ ଉଭୟ ପଟେ ପ୍ରାୟ ଦେଢ ଶହ ଜାହାଜ ଅଟକି ରହିଛନ୍ତି । ଅନ୍ୟପ୍ରକାରେ କହିଲେ ସମୁଦ୍ରରେ ଟ୍ରାଫିକ ଜାମ ହୋଇଛି । ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଜାହାଜରେ ଥିବା ଅଧିକାଂଶ କର୍ମଚାରୀ ହେଉଛନ୍ତି ଭାରତୀୟ ।

image credit : cnbc

ସୁଏଜ କେନାଲ ଭୂମଧ୍ୟ ସାଗରକୁ ଲୋହିତ ସାଗର ସହ ଯୋଡ଼ିଥାଏ । ବିଶ୍ବ ବାଣିଜ୍ୟ ପାଇଁ ଏହି କେନାଲର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ କାରଣ ବିଶ୍ବ ବାଣିଜ୍ୟର ପ୍ରାୟ ୨୦ ପ୍ରତିଶତ କାରବାର ଏହି କେନାଲ ଦେଇ ଯାତାୟାତ କରିଥାଏ । ମଧ୍ୟଏସିଆର ତେଲ ଓ ଗ୍ୟାସ ଏହି ବାଟ ଦେଇ ୟୁରୋପରେ ପହଞ୍ଚିଥାଏ । ସେହିପରି ୟୁରୋପର ବିଭିନ୍ନ ପଣ୍ୟଦ୍ରବ୍ୟ ଏହି କେନାଲ ବାଟ ଦେଇ ଏସିଆରେ ପହଞ୍ଚିଥାଏ । ଏଣୁ ଏହି ସ୍ଥାନରେ ଟ୍ରାଫିକ ଜାମ ହେବା ସମଗ୍ର ବିଶ୍ବ ବାଣିଜ୍ୟ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ପଣ୍ୟବାହୀ ଜାହାଜମାନଙ୍କୁ ଦକ୍ଷିଣ ଆଫ୍ରିକା ଦେଇ ଯିବାକୁ ପଡ଼ିବ, ଯାହାକି ବେଶ ବ୍ୟୟବହୁଳ ଓ ସମୟସାପେକ୍ଷ ।

ସମ୍ବନ୍ଧିତ ଖବର