୮୬ ସେଣ୍ଟି ମିଟର ବଢ଼ିଲା ଏଭରେଷ୍ଟର ଉଚ୍ଚତା!

କାଠମାଣ୍ଡୁ: ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା । ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ । ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ସେଣ୍ଟି ମିଟର । ୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ ହଜାର ୮୪୮ ମିଟର ରହିଥିଲା ।

କିନ୍ତୁ ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଯାଇଥିଲା ଏବଂ ଏନେଇ ୨୦୧୧ ମସିହାରୁ ଚୀନ ଓ ନେପାଳ ମିଳିତ ଭାବେ ଏହାର ଉଚ୍ଚତା ମାପ କରାଯାଇଥିଲା । ଅତ୍ୟାଧୁନିକ କୌଶଳରେ ଏହାର ମାପ କରାଯାଇଥିଲା ଏବଂ ଏହି ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ପୂର୍ବ ଉଚ୍ଚତା ତୁଳନାରେ ୮୬ ସେଂଟି ମିଟର ଅଧିକ ବୋଲି ଜଣାପଡିଛି । ପୂର୍ବରୁ ବ୍ରିଟିଶ ଶାସିତ ଭାରତ ପକ୍ଷରୁ ୧୮୪୯ ଓ ୧୮୫୫ରେ ସର୍ଭେ ଅଫ୍ ଇଣ୍ଡିଆ ଏହି ଶୃଙ୍ଗର ଉଚ୍ଚତା ମାପ କରିଥିଲା ।

ସମ୍ବନ୍ଧିତ ଖବର