ପ୍ରତି ୪୪ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କ କୋଭିଡ୍‌ରେ ମୃତ୍ୟୁ ହେଉଛି: ହୁ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଏବେ ରୋଗୀ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି। ବିଶ୍ୱରେ ପ୍ରତି ୪୪ ସେକେଣ୍ଡରେ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି ବୋଲି ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନୋମ ଗ୍ରେବେୟେସେସ୍‌ କହିଛନ୍ତି । ଏହି ଭୂତାଣୁ କେବେ ବି ଲୋପ ପାଇବ ନାହିଁ ଏବଂ ଆମକୁ ଏହା ସହିତ ସତର୍କତାର ସହିତ ଚଳିବାକୁ ହେବ ବୋଲି ସେ କହିଛନ୍ତି। ଫେବ୍ରୁଆରିରୁ ସାପ୍ତାହିକ ମୃତ୍ୟୁରେ ୮୦% ହ୍ରାସ ହୋଇଥିଲେ ମଧ୍ୟ ଗତ ସପ୍ତାହରେ ପ୍ରତି ୪୪ ସେକେଣ୍ଡରେ ଜଣେ ବ୍ୟକ୍ତି କୋଭିଡ -୧୯ରେ ମୃତ୍ୟୁ ବରଣ କରିଥିଲେ ବୋଲି ଗେବ୍ରେୟେସେସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର