ଆମ ସୈନିକଙ୍କ ପ୍ରତି ରକ୍ତର ବଦଲା ନିଆଯିବ : ଜେନେରାଲ ଭି.କେ.ସିଂ

ସହିଦ ଯବାନଙ୍କ ସଂଖ୍ୟା ୪୨ ଛୁଇଁଲା

ନୂଆଦିଲ୍ଲୀ : ଫୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବିଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଏଥିରେ ସହିଦ ଯବାନଙ୍କ ସଂଖ୍ୟା ୪୨କୁ ଛୁଇଁଛି ।

ଏହି ଘଟଣାର ପ୍ରତିଶୋଧ ନେବାକୁ ସରକାରଙ୍କ ଉପରେ ଚାପ ବଢିଯାଇଛି । କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭି.କେ. ସିଂ କହିଛନ୍ତି ଯେ ଆତଙ୍କବାଦୀଙ୍କ ଏକ କାପୁରୁଷଭରା କାମ । ଆମ ସୈନିକଙ୍କ ପ୍ରତି ରକ୍ତର ପ୍ରତିଶୋଧ ନିଆଯିବ । ସେହିପରି କେନ୍ଦ୍ର କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ଯେ କାପୁରୁଷ ଶତ୍ରୁମାନେ ଆମର ସଂକଳ୍ପକୁ ଦବେଇ ପାରିବେ ନାହିଁ । ଆମେ ଆମ ଦେଶରୁ ପ୍ରତି ଆତଙ୍କବାଦୀଙ୍କୁ ଖୋଜି ଖୋଜି ସଫା କରିବୁ । ଏହି କଠିନ ଘଡିରେ ଆମେ ସହିଦ ଯବାନଙ୍କ ପରିବାର ସହିତ ଅଛୁ ।
ଜୈସ ଆତଙ୍କବାଦୀ ଆଦିଲ ମହମ୍ମଦ ଦର ଏହି ଆତ୍ମଘାତି ଆକ୍ରମଣ ଘଟାଇଥିବା ଜଣାପଡିଛି । ସେ ନିଜେ କାରରେ ବିସ୍ଫେରକ ଖଞ୍ଜି ସିଆରପିଏଏଫ ବସକୁ ଉଡାଇଦେବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲା । ଏହି ଆକ୍ରମଣର ଠିକ ପରେ ପରେ ଜୈସ ପକ୍ଷରୁ ଆଦିଲ ମହମ୍ମଦ ଦରର ଏକ ଭିଡିଓ ଜାରି କରି କରାଯାଇଥିଲା ।

ସମ୍ବନ୍ଧିତ ଖବର