ନେତାଜୀଙ୍କ ଲାଗି ପ୍ରତ୍ୟେକ ଭାରତୀୟ ଗର୍ବିତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୨୫ତମ ଜନ୍ମ ବାର୍ଷିକୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ କହିଛନ୍ତି ଯେ ଆମ ଦେଶ ପାଇଁ ନେତାଜୀଙ୍କ ଅନବଦ୍ୟ ଅବଦାନ ଲାଗି ପ୍ରତ୍ୟେକ ଭାରତୀୟ ଗର୍ବିତ। ଆଜାଦ ହିନ୍ଦ୍‌ ଫୌଜ ପ୍ରତିଷ୍ଠାତାଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ ତାଙ୍କ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ମଧ୍ୟ ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ନେତାଜୀଙ୍କୁ ତାଙ୍କ ଜନ୍ମଦିନରେ ପ୍ରଣାମ ନିବେଦନ କରିଛନ୍ତି। ଏଥି ସହ ସନ୍ଧ୍ୟାରେ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ୍ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଏହି ଦିନକୁ ସାରା ରାଜ୍ୟରେ ‘ଦେଶ ନାୟକ ଦିବସ’ ଭାବରେ ପାଳନ କରାଯିବ ବୋଲି ସେ କହିଛନ୍ତି। ନେତାଜୀଙ୍କ ଜନ୍ମଦିନକୁ ଜାତୀୟ ଛୁଟିଦିନ ଘୋଷଣା କରିବାକୁ ମଧ୍ୟ ଦିଦି କେନ୍ଦ୍ରକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର