ଭୂପେଶ ବାଘେଲଙ୍କ କ୍ୟାବିନେଟ୍‌ରେ ସବୁ ମନ୍ତ୍ରୀ କୋଟିପତି

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କ୍ୟାବିନେଟ୍‌ରେ ସମସ୍ତ ୧୨ ଜଣ ମନ୍ତ୍ରୀ କୋଟିପତି ବୋଲି ଜଣାପଡ଼ିଛି। ଅଧିକାଂଶ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଜାଲିଆତି, ଷଡ଼୍‌ଯନ୍ତ୍ର ଏବଂ ଅପରାଧିକ ମାମଲା ରହିଛି। ଏଡିଆର୍‌ ଦ୍ବାରା ଆଜି ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତି ୪୭.୧୩ କୋଟି ଟଙ୍କା। ବର୍ତ୍ତମାନ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଟିଏସ୍‌ ସିଂହଦେଓ ଏବଂ ତାଙ୍କର ସମ୍ପତ୍ତି ମୂଲ୍ୟ ୫୦୦ କୋଟି ଟଙ୍କାରୁ ଅଧିକ। ନମ୍ବର ଦୁଇରେ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ବାଘେଲ। ତାଙ୍କ ସମ୍ପତ୍ତି ୨୩ କୋଟି ଟଙ୍କାରୁ ଅଧିକ। ବାଘେଲ ଅନେକ ଅପରାଧିକ ମାମଲାକୁ ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର