ଜୟପୁର: ବରିଷ୍ଠ କଂଗ୍ରେସ ନେତା ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶନିବାର ଦାବି କରିଛନ୍ତି ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜିଏସଟି ସଂସ୍କାର ସମ୍ପର୍କରେ କରିଥିବା ପ୍ରାୟ ପ୍ରତ୍ୟେକ ଭବିଷ୍ୟବାଣୀ ସତ୍ୟ ହୋଇଛି। ସେ ଜିଏସଟି ସଂସ୍କାର ଉପରେ କାର୍ଯ୍ୟ କରିବା ପାଇଁ ଅତ୍ୟଧିକ ସମୟ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି।
ଅଶୋକ ଗେହଲଟ୍ କହିଛନ୍ତି,ରାହୁଲ ଗାନ୍ଧୀ ବହୁ ପୂର୍ବରୁ କହିଥିଲେ, ସମସ୍ତ ବର୍ଗର ଲୋକମାନେ ଜିଏସଟି ବିଷୟରେ ଚିନ୍ତିତ। ସେମାନେ ବ୍ୟବସାୟୀ ହୁଅନ୍ତୁ,ଗ୍ରାହକ ହୁଅନ୍ତୁ କିମ୍ବା ଅନ୍ୟମାନେ।
ବିରୋଧୀ ଦଳ ନେତା ଯେତେବେଳେ କୌଣସି ମନ୍ତବ୍ୟ ଦିଅନ୍ତି ସେତେବେଳେ ଏହା ଉପରେ ଧ୍ୟାନ ଦେବା ସରକାରଙ୍କ ଦାୟିତ୍ୱ। ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ପ୍ରାୟ ପ୍ରତ୍ୟେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଥିବା ସେ କହିଛନ୍ତି। ବିମୁଦ୍ରୀକରଣ ଅଥବା କରୋନା ସମୟରେ ରାହୁଲ କରିଥିବା ଭବିଷ୍ୟବାଣୀ ପରେ ସତ୍ୟ ପ୍ରମାଣିତ ହୋଇଥିବା ଗେହଲଟ୍ କହିଛନ୍ତି।
#WATCH | जयपुर: कांग्रेस नेता अशोक गहलोत ने GST में हुए सुधारों पर कहा, "राहुल गांधी ने बहुत पहले कह दिया था कि GST को लेकर सभी वर्गों के लोग बहुत परेशान हैं। यह सरकार की जिम्मेदारी थी... कोरोना काल से लेकर नोटबंदी से लेकर, लगभग उनकी(राहुल गांधी) हर भविष्यवाणी सच सिद्ध हुई है।… pic.twitter.com/VX13TwyOnm
— ANI_HindiNews (@AHindinews) September 6, 2025
ଗେହଲଟ୍ ଜିଏସଟିକୁ ସରଳୀକରଣ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ଏଥିରେ କେବଳ ଗୋଟିଏ ସ୍ଲାବ୍ ରହିବା ଉଚିତ୍। ଯଦି ସରକାର ସମୟ ମଧ୍ୟରେ ଜିଏସଟି ସମୀକ୍ଷା କରିଥାନ୍ତେ, ତେବେ ଲୋକମାନେ ଆଜି ଅସୁବିଧାରେ ପଡ଼ି ନଥାନ୍ତେ। ଏବେ ସରକାର ୧୫ ଅଗଷ୍ଟରେ ଏହା ଘୋଷଣା କରିଛନ୍ତି।
କିନ୍ତୁ, ମୋ ମତରେ, ଏହି ତ୍ରୁଟି ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ବହୁତ ବିଳମ୍ବ କରିଦେଇଛନ୍ତି। ମୁଁ ଅନୁମାନ କରୁଛି ଯେ, ଯଦି କୌଣସି ତ୍ରୁଟି ଅଛି, ତେବେ ଏବେ ସବୁକିଛି ସମାଧାନ କରାଯିବା ଉଚିତ୍। ତେବେ ଜିଏସଟିରେ କେବଳ ଗୋଟିଏ ସ୍ଲାବ୍ ରହିଲେ ଭଲ ହେବ ବୋଲି ସେ କହିଛନ୍ତି।
ashok-gehlot | Rahul Gandhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/06/every-prediction-of-rahul-gandhi-has-come-true-ashok-gehlots-big-demand-for-gst-reforms-2025-09-06-19-37-58.jpg)