ସ୍ବତନ୍ତ୍ର ଖଲିସ୍ଥାନ ଦେଶ ଗଠନକୁ ସବୁ ଶିଖ ସମର୍ଥନ କରନ୍ତି : ଆକାଲ ତଖତ ପ୍ରମୁଖ

ଚଣ୍ଡିଗଡ଼ :  ପଞ୍ଜାବରେ ଖଲିସ୍ଥାନ ଆନ୍ଦୋଳନ ସପକ୍ଷରେ ସମର୍ଥନ ବଢିବାରେ ଲାଗିଛି ଆଜି ଏହାକୁ ସମର୍ଥନ କରିଛନ୍ତି ଅକାଳ ତଖତର ଜଠେଦାର ଜ୍ଞାନୀ ହରପ୍ରିତ ସିଂ ସେ କହିଛନ୍ତି ଯେ ଯଦି ଭାରତ ସରକାର ସ୍ବତନ୍ତ୍ର ଖଲିସ୍ତାନ ଦେଶ ଲାଗି ପ୍ରସ୍ତାବ ଦିଅନ୍ତି ତେବେ ତାକୁ ଗ୍ରହଣ କରାଯିବ

ଅକାଲ ତଖତର ଜଠେଦାର ହେଉଛନ୍ତି ଶିଖମାନଙ୍କ ସର୍ବୋଚ୍ଚ ଧାର୍ମିକ ପଦବୀର ଆସିନ ବ୍ୟକ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସ୍ବତନ୍ତ୍ର ଖଲିସ୍ତାନ ଗଠନ ପାଇଁ କେଉଁ ଶିଖ ଚାହିଁବ ନାହିଁ କିନ୍ତୁ ଯଦି ଭାରତ ସରକାର ଏଥିପାଇଁ ପ୍ରସ୍ତାବ ଦେବେ ତାହାକୁ ଗ୍ରହଣ କରାଯିବ । ଅପରେସନ ବ୍ଲୁ ଷ୍ଟାରର ୩୬ ତମ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।

ଏହି ବାର୍ଷିକ ପାଳନ ଉପଲକ୍ଷେ ସ୍ବର୍ଣ୍ଣ ମନ୍ଦିରରେ ହୋଇଥିବା ଏକ ସମାରୋହରେ ମଧ୍ୟ ସ୍ବତନ୍ତ୍ର ଖଲିସ୍ଥାନ ଦେଶ ସପକ୍ଷରେ ସ୍ଲୋଗାନ ଦିଆଯାଇଥିଲା । ଏହି ସ୍ଲୋଗାନରେ କୌଣସି ଖରାପ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଗୁରୁ ନାନକ ଦେବ ବେଗମପୁରାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗୁରୁ ହରଗୋବିନ୍ଦ ଅକାଲ ତଖତ ସ୍ଥାପନ କରିଥିଲେ, ଯାହାକି ଏକ ସାର୍ବଭୌମ ସଂସ୍ଥା । ଏଣୁ ସ୍ବତନ୍ତ୍ର ଖଲିସ୍ଥାନ ଦେଶ ଗଠନକୁ ପ୍ରତି ଶିଖ ଗ୍ରହଣ କରିବେ ବା ସମର୍ଥନ କରିବେ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର