ମୁମ୍ବାଇରେ ସମସ୍ତଙ୍କ କୋଭିଡ୍‌ ଟେଷ୍ଟ୍‌ ହେବ, ବିନା ପ୍ରେସକ୍ରିପ୍‌ସନ୍‌ରେ କୋଭିଡ୍‌ ଟେଷ୍ଟ୍‌ ପାଇଁ ଅନୁମତି ଦେଲା ମୁମ୍ବାଇ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ିଚାଲିଛି। ତଥାପି ଦେଶରେ ଟେଷ୍ଟିଂ ବହୁତ କମ୍‌ ରହିଛି। ଦେଶରେ ଟେଷ୍ଟିଂକୁ ଅଧିକ ବଢ଼ାଇବାପାଇଁ ମୁମ୍ବାଇ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ୍‌ ପାଇଁ ଅନୁମତି ଦେଇଛି। ଏଣିକି ବିନା ପ୍ରେସକ୍ରିପ୍‌ସନ୍‌ରେ ମୁମ୍ବାଇରେ ଲୋକେ କୋଭିଡ୍‌ ଟେଷ୍ଟ୍‌ କରିପାରିବେ। କୋଭିଡ୍‌ ଲକ୍ଷଣ ଥାଉ କି ନଥାଉ ଯେ କୌଣସି ‌ଲୋକ ଚାହିଲେ କୋଭିଡ୍‌ ଟେଷ୍ଟ୍‌ କରିପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ଦ୍ବାରା ନିକଟ‌ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମୁମ୍ବାଇରେ ୩ ଲକ୍ଷ ୬୩ ହଜାର ୧୨୦ଟି ନମୁନା ପରୀକ୍ଷା କରାଯାଇଛି। ଏବେ ଏମିତି ସ୍ଥିତି ଉପୁଜିଛି ଯେ, କୌଣସି ଦେଶ ବି ଠିକ୍‌ ଭାବେ ଅବଗତ ହୋଇନାହାନ୍ତି ଯେ ବାସ୍ତବରେ କେତେ ପରିମାଣରେ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ଯେଉଁମାନେ କୋଭିଡ୍‌ ଟେଷ୍ଟ କରୁଛନ୍ତି ସେମାନଙ୍କ ରିପୋର୍ଟକୁ ଆଧାର କରି ହିଁ ଆକଳନ କରାଯାଉଛି । ବର୍ତ୍ତମାନ ସ୍ଥିତିରେ ଦେଶରେ ଗଣ ନମୁନା ପରୀକ୍ଷା ଜରୁରୀ ହୋଇ ପଡ଼ିଛି। ତେବେ ଉଭୟ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ସଠିକ୍‌ ଭାବେ ରିପୋର୍ଟ କରାଯାଇପାରୁନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର