ରାଜ୍ୟରେ କୌଣସି ‘ବଡ଼ ଘଟଣା’ ଘଟିବାକୁ ଯାଉନାହିଁ : ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସବୁ କିଛି ସ୍ୱାଭାବିକ ରହିଛି ଓ ଲୋକମାନେ କୌଣସି ଗୁଜବ ପ୍ରତି ଧ୍ୟାନ ନଦେବାକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କୌଣସି ‘ବଡ଼ ଘଟଣା’ ଘଟିବାକୁ ଯାଉନାହିଁ । ସୋସିଆଲ ମିଡିଆରେ ବୁଲୁଥିବା ସରକାରୀ ଆଦେଶର କପି ନକଲି ବୋଲି ସେ କହିଛନ୍ତି । ଏଣୁ ଲୋକମାନେ ଗୁଜବ ପ୍ରତି ଧ୍ୟାନ ନଦେଇ ନିଶ୍ଚିନ୍ତରେ ରହିବାକୁ ସେ କହିଛନ୍ତି ।

representative photo

କେନ୍ଦ୍ର ସରକାର ଗତ ସପ୍ତାହରେ କାଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାବଳ ମୃତୟନ କରିଥିଲେ । ଏହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ ସରକାର ସମ୍ବିଧାନର ଧାରା ୩୫-କ ଉଠାଇବାକୁ ନିଷ୍ପତ୍ତି ନେଇପାରନ୍ତି ।

ସମ୍ବିଧାନର ଏହି ଧାରା ଅନୁସାରେ ଭାରତର ଅନ୍ୟ ରାଜ୍ୟର ଲୋକମାନେ ଜାମ୍ମୁ ଓ କାଶ୍ମୀରରେ ଜମି କିଣିପାରିବେ ନାହିଁ ଅଥବା ସେଠାରେ ସରକାରୀ ଚାକିରି କରିପାରିବେ ନାହିଁ । ସେହିପରି ଏହି ରାଜ୍ୟର କୌଣସି ଯୁବତୀକୁ ବାହାର ରାଜ୍ୟର ଯୁବକ ବିବାହ କଲେ ତାକୁ ନିଜ ପିତାଙ୍କ ସଂପତ୍ତିରୁ ଭାଗ ମିଳିବ ନାହିଁ ।

ସମ୍ବନ୍ଧିତ ଖବର