ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଖନନ ଚାଲିଥିବା ବେଳେ ସେଠାରୁ ମିଳିଛି ପ୍ରାଚୀନ ମନ୍ଦିରର ଅବଶେଷ। ସେଗୁଡ଼ିକ ମଧ୍ୟରେ ଅଛି ଅନେକ ମୂର୍ତ୍ତି ଓ ସ୍ତମ୍ଭ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏକ୍ସ (ଟ୍ବିଟର)ରେ ଆବିଷ୍କୃତ ପ୍ରାଚୀନ ଅବଶେଷର ଫଟୋ ସହ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ ମିଳିଥିବା ରିପୋର୍ଟ ଅନୁସାରେ, ବାରାଣସୀର ପୁରୋହିତମାନେ ନବନିର୍ମିତ ରାମ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ୨୦୧୪ ଜାନୁଆରି ୧୭ରୁ ଏକ ୫ ଦିନିଆ ଉତ୍ସବ ପାଳନ କରାଯିବା ଉଚିତ ବୋଲି କହିଛନ୍ତି।

Advertisment

ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଜାନୁଆରି ୨୧-୨୨ରେ ହେବ ବୋଲି କୁହାଯାଉଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବରିଷ୍ଠ ସଦସ୍ୟମାନଙ୍କ ସୂତ୍ର ଅନୁଯାୟୀ, ଅଯୋଧ୍ୟାର ରାମ ମନ୍ଦିର ଜାନୁଆରି ୩ୟ ସପ୍ତାହରେ ଉଦ୍‌ଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁଜ ସଂକେତ ମିଳିବା ପରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ।