ଟିକାକରଣ ସେବାକୁ ସୁନିଶ୍ଚିତ କରିଛି ‘ଇଭିନ୍‌’

ନୂଆଦିଲ୍ଲୀ : ଇଲେକ୍‌ଟ୍ରୋନିକ ଭ୍ୟାକ୍‌ସିନ ଇଣ୍ଟେଲିଜେନସ୍‌ ନେଟୱର୍କ (ଇଭିନ୍‌) କୋଭିଡ୍‌ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ଦେଶରେ ନିଶ୍ଚିତ କରିଛି ।

ଇଭିନ୍‌ ଏକ ଅଭିନବ ବୈଷୟିକ ସମାଧାନ ବ୍ୟବସ୍ଥା, ଯାହାକି ସମଗ୍ର ଦେଶରେ ଟିକାକରଣ ପାଇଁ ଟିକା ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିଥାଏ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଏହା କାର୍ଯ୍ୟକାରୀ ହେଉଛି । ଦେଶରେ କେତେ ଟିକା ମହଜୁଦ ଅଛି, କେଉଁଠିକି କେତେ ଟିକା ଯାଉଛି, ଶୀତଳ ଜଞ୍ଜିର ବା କୋଲ୍‌ଡ ଚେନ୍‌ ବ୍ୟବସ୍ଥାରେ କେଉଁଠି କେତେ ତାପମାତ୍ରାରେ ଏସବୁ ଟିକା ସଂରକ୍ଷିତ ରଖାଯାଉଛି, ଟିକାର ତମାଦି ତାରିଖ ଆଦି ବିଷୟରେ ସବିଶେଷ ତଥ୍ୟ ଇଭିନ୍‌ ବ୍ୟବସ୍ଥାରେ ଉପଲବ୍‌ଧ ହେଉଛି । ଏହା ଏକ ବିରାଟ ତଥା ସୁସଂହତ ବ୍ୟବସ୍ଥା ଏବଂ କରୋନା ମହାମାରୀ ସମୟରେ ଟିକାକରଣ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏହାର ଉପଯୋଗ କରାଯାଇଛି । ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଟିକା ଯୋଗାଣ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ କରୋନା ମହାମାରୀ ସମୟରେ ଇଭିନ୍‌ ବିଶେଷ ସହାୟକ ହୋଇଛି ।

ସମ୍ବନ୍ଧିତ ଖବର