ମୁମ୍ବାଇ: ସରକାରୀ ମୋବାଇଲ୍ ଫୋନ୍ ଦ୍ବାରା ଇଭିଏମ୍ ହ୍ୟାକ୍ କରିବା ଅଭିଯୋଗ ଆଣି ଶିବସେନା ସାଂସଦ ରବୀନ୍ଦ୍ର ୱୈକରଙ୍କ ଶଳା ମଙ୍ଗେଶ ପାନ୍ଦିଲ୍କର ଓ ନିର୍ବାଚନ ଅଧିକାରୀ ଦୀନେଶ ଗୌରବଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ମହରାଷ୍ଟ୍ର ରାଜନୀତିରେ ହଟଚମଟ ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନ କମିସନରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଏଭଳି ଇଭିଏମ୍ ହ୍ୟାକ୍ ହେବା ଅସମ୍ଭବ ଅଟେ। ଅଭିଯୋଗ ଅନୁସାରେ, ନିର୍ବାଚନ ସମୟରେ ଏନ୍କୋର ଅପରେଟ୍ର ଭାବେ କାମ କରୁଥିବା ଦୀନେଶ ଗୌରବଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ମଙ୍ଗେଶ ଇଭିଏମ୍ ତଥ୍ୟରେ ହେରଫେର କରିଥିବା ଅଭିଯୋଗ ହୋଇଛି।
କେବଳ ଏହାନୁହେଁ ଭୋଟଗଣନା କେନ୍ଦ୍ର ମଧ୍ୟକୁ କୌଣସି ଫୋନ୍ ନେବା ଉପରେ କଟକଣା ରହିଛି। ସେହି ସମୟରେ ନିର୍ବାଚନ ଅଧିକାରୀଙ୍କ ଏହି ଫୋନ୍ ଦ୍ବାରା ମଙ୍ଗେସ କଥାବାର୍ତ୍ତା କରି ଓଟିପି ହାସଲ କରିଥିବା କୁହାଯାଇଛି। ନିର୍ବାଚନ କମିସନ୍ ମଧ୍ୟ ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଇଭିଏମ୍ ସହ ଓଟିପିର କୌଣସି ସମ୍ପର୍କ ନାହିଁ ଏବଂ ଏ ବାବଦ ସମସ୍ତ ଅଭିଯୋଗ ଆଧାରହୀନ। ଏହି ଅଭିଯୋଗ ଉପରେ ଆଜି ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀ ବନ୍ଦନା ସୂର୍ଯ୍ୟବଂଶୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନରେ ଇଭିଏମ୍ ହ୍ୟାକିଂ ହେବା କଥା ମିଛ। ଏହା କେତେକ ରାଜନେତାଙ୍କ ଦ୍ବାରା କୁତ୍ସାରଟନା ବୋଲି ସେ କହିଛନ୍ତି। ଯାନ୍ତ୍ରିକ ଓ ବୈଷୟିକ ଦୃଷ୍ଟିକୋଣରୁ ଇଭିଏମ୍ ଏକ ସ୍ବତନ୍ତ୍ର ମେସିନ ଏବଂ ଏହା ଓଟିପି ଦ୍ବାରା ନିୟନ୍ତ୍ରଣ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fhhfshssfhsfh.jpg)