କୋଲକାତା : ଉତ୍ତର ପ୍ରଦେଶରେ ବିଜେପିର ବିପୁଳ ବିଜୟ ପରେ ଇଭିଏମ୍ ଅପବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏସ୍ପି ମୁଖ୍ୟ ଅଖିଳେଶ ଯାଦବଙ୍କୁ କହିଛନ୍ତି, ପରାଜୟକୁ ନେଇ ହତାଶ ହେବା ଉଚିତ ନୁହେଁ। ଇଭିଏମ୍ର ଫରେନସିକ୍ ପରୀକ୍ଷା କରାଇବା ଆବଶ୍ୟକ। ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମମତା ଆଜି କଂଗ୍ରେସକୁ ଏକ ଆଶ୍ବାସନା ବାର୍ତ୍ତା ଦେଇଛନ୍ତି। କଂଗ୍ରେସ ସକାରାତ୍ମକ ମନୋଭାବ ରଖିବା ଦରକାର। ଆଜିର ଫଳାଫଳ ଭବିଷ୍ୟତରେ ବିଜେପି ପାଇଁ ବ୍ୟାପକ କ୍ଷତି କରିବ। ମମତା କହିଛନ୍ତି, ଯଦି କଂଗ୍ରେସ ଚାହିବ ତେବେ ୨୦୨୪ ଲୋକସଭା ନିର୍ବାଚନ ଆମେ ଏକାଠି ଲଢ଼ିପାରିବା। ବର୍ତ୍ତମାନ ପାଇଁ ଚିନ୍ତା ନକରି କଂଗ୍ରେସ ସକାରାତ୍ମକ ରହିବା ଦରକାର ବୋଲି ମମତା କହିଛନ୍ତି। ତେବେ ୨୦୨୨ ନିର୍ବାଚନ ଫଳ ୨୦୨୪ ଲୋକସଭା ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ମୋଦୀ ଦେଇଥିବା ଟିପ୍ପଣୀକୁ ଟିଏମ୍ସି ମୁଖ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି।
ଇଭିଏମ୍ ଅପବ୍ୟବହାର ହୋଇଛି: ମମତା
/sambad/media/post_attachments/wp-content/uploads/2021/10/mamata-banarji1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)