ଛପରା: ବିହାରର ଛପରାଠାରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବାବେଳେ ଜଣେ ବ୍ୟକ୍ତି ଇଭିଏମ୍ ମେସିନ୍ ଭାଙ୍ଗି ଦେଇଥିବା ଜଣାଯାଇଛି। ଏହି ଘଟଣାରେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତର ନାଆଁ ରଂଜିତ୍ ପାଶ୍ୱାନ୍ ବୋଲି ଜଣାଯାଇଛି।
କୁହାଯାଉଛି ଯେ ଛପରା ଲୋକସଭା ଆସନର ୧୩୧ ନଂ ବୁଥରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତ ରଂଜିତ୍ ପାଶ୍ୱାନ୍ ହଠାତ୍ ସେଠାରେ ପହଞ୍ଚି ଇଭିଏମ୍ ମେସିନକୁ ତଳେ କଚାଡି ନେଇଥିଲା।ଏହାପରେ ପୁଲିସ୍ ଓ ସୁରକ୍ଷା କର୍ମୀମାନେ ଅଭିଯୁକ୍ତ ରଂଜିତ୍ ପାଶ୍ୱାନକୁ ଧରି ନେଇଥିଲେ। ତାପରେ ଉକ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/evm.jpg)