ଲକ୍ଷ୍ନୌ: ଏକ୍ଜିଟ ପୋଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଇଭିଏମ୍ ବିବାଦ ମଧ୍ୟ ତେଜିବାରେ ଲାଗିଛି। ଭୋଟ୍ ଗଣତି ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଯାଇଥିଲେ ମଧ୍ୟ ଇଭିଏମ୍ ସୁରକ୍ଷା ପ୍ରସଙ୍ଗରେ ଉତ୍ତର ପ୍ରଦେଶର ପ୍ରାୟ ୧୦ଟି ଜିଲ୍ଲାରେ ହଙ୍ଗାମା ଓ ଧାରଣା କାର୍ଯ୍ୟକ୍ରମ ଜାରି ରହିଛି। ଷ୍ଟ୍ରଂ ରୁମ୍ ସମ୍ମୁଖରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର କର୍ମୀମାନେ ଜଗି ରହିଥିବା ବେଳେ ଗାଜିପୁର, ଚନ୍ଦୋଲି, ମଉ ଏବଂ କନୌଜରେ ଷ୍ଟ୍ରଙ୍ଗ୍ ରୁମ୍ ସମ୍ମୁଖରେ ଧାରଣା ଦିଆଯାଇଛି। ପୂର୍ବ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଇଭିଏମ୍ ବଦଳ କରାଯାଇଥିବା ଖବର ଭାଇରାଲ ହେବାପରେ ଏହାକୁ ନେଇ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ସମର୍ଥକମାନେ ହଙ୍ଗାମା କରିଥିଲେ। ତେବେ କେବଳ ଗୁଜବକୁ ନେଇ ରାଜନୈତିକ ଦଳମାନେ ହିଂସା ଓ ଆନ୍ଦୋଳନକୁ ନ ଓହ୍ଲାଇବାକୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସର ଅନୁରୋଧକୁ ବେଖାତିର କରି କଂଗ୍ରେସ ଏବଂ ମହାମେଣ୍ଟର କେତେକ ପ୍ରାର୍ଥୀ ଇଭିଏମ୍ ରହିଥିବା ଷ୍ଟ୍ରଂ ରୁମ୍ ବାହାରେ ଧାରଣା ଦେଇଛନ୍ତି।
ଗାଜିପୁରରେ ଗତକାଲି ମହାମେଣ୍ଟ ପ୍ରାର୍ଥୀ ଅଫଜାଲ ଅନ୍ସାରି ଏବଂ ମୀର୍ଜାପୁରରେ କଂଗ୍ରେସ ପ୍ରାର୍ଥୀ ଲଳିତେଶ ପତି ତ୍ରିପାଠୀ ରାତି ସାରା ଧାରଣା ଦେଇଥିଲେ। ଷ୍ଟ୍ରଂ ରୁମ୍କୁ ବାହାରୁ ୩ ଶହ ଇଭିଏମ୍ ଅଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପ୍ରାର୍ଥୀ ଧାରଣା ଦେଇଥିବା ବେଳେ ମହାମେଣ୍ଟ ପ୍ରାର୍ଥୀ ଅଭିଯୋଗ କରିଥିଲେ ଯେ ସମସ୍ତ ଇଭିଏମ୍କୁ ବଦଳାଇ ଦିଆଯାଇଛି। ତେବେ ନିର୍ବାଚନ କମିସନ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ବିହାରରେ ମଧ୍ୟ ଇଭିଏମ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆଣିଛି ଆର୍ଜେଡି । ସାରଣ ଏବଂ ମହାରାଜଗଂଜ ଷ୍ଟ୍ରଂରୁମ୍ ନିକଟରେ ଇଭିଏମ୍ ଭର୍ତ୍ତି ଗାଡ଼ି ଜବତ କରାଯାଇଥିବା ଦର୍ଶାଇ ଆର୍ଜେଡି ଫଟୋ ଟ୍ବିଟ୍ କରିଥିବା ବେଳେ ଏହା ନକଲି ଫଟୋ ବୋଲି କୁହାଯାଉଛି।
ଇଭିଏମ୍ ସୁରକ୍ଷା ନେଇ ୟୁପିରେ ଉତ୍ତେଜନା:‘ଚୌକିଦାର’ ସାଜିଲେ ଏସ୍ପି, ବିଏସ୍ପି କର୍ମୀ
ରାତିସାରା ହଙ୍ଗାମା, ଧାରଣା
/sambad/media/post_attachments/wp-content/uploads/2019/05/djarama.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)