ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବିଏସ୍ ଧନୱା ଚାକିରିରୁ ଅବସର ନେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଏକ ଏପରି ଖୁଲାସା କରିଛନ୍ତି ଯାହାକି ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛି। ସେ କହିଛନ୍ତି କି ୨୦୧୯ ମସିହା ଫେବ୍ରୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ କରିବା ପରେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ପୂରାପୂରି ଭାବେ ପ୍ରସ୍ତୁତ ରହିଥିଲା। ୨୭ ତାରିଖରେ ପାକିସ୍ତାନ ସେନା ସୀମା ପାର୍ କରି ଭାରତରେ ଆକ୍ରମଣ ଉଦ୍ୟମ କରିବା ପରେ ଭାରତ ପାକ୍ ଉପରେ କଡ଼ା ନଜର ରଖିଥିଲା। ଭାରତର ଟାର୍ଗେଟରେ କେବଳ ପାକିସ୍ତାନର ସୀମାନ୍ତ ଅଞ୍ଚଳ ନୁହେଁ, ବରଂ ଅନ୍ୟାନ୍ୟ ଜାଗାଗୁଡ଼ିକ ବି ଥିଲା। ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ବାୟୁସେନା ରଜୌରୀ-ପୁଞ୍ଚ୍ ସେକ୍ଟରରେ ଆକ୍ରମଣ କରିବାର ଟିକେ ବି ସାହସ କରିନାହିଁ।
www.orfonline.orgଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ପରଦିନ ପାକିସ୍ତାନ ଭାରତକୁ ଆକ୍ରମଣ ଉଦ୍ୟମ କରିବା ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବାରମ୍ବାର କହିଥିଲେ କି ଆମେ ଯୁଦ୍ଧ କରିବାକୁ ସକ୍ଷମ ବୋଲି ପ୍ରମାଣ ଦେଲୁ, ମାତ୍ର ଯୁଦ୍ଧ ଚାହୁଁଁନା। ତାହାକୁ ନେଇ ଧନୱା କହିଛନ୍ତିି କି, ଭାରତ ମଧ୍ୟ ଯୁଦ୍ଧ ଚାହେଁନାହିଁ। ଏୟାର୍ ଷ୍ଟ୍ରାଇକ୍ କେବଳ ପୁଲୱାମା ଆକ୍ରମଣର ପାଲଟା ଜବାବ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dhanoa-iaf-story_647_052017011452.jpeg)