ନୂଆଦିଲ୍ଲୀ: ଟାଟା ଗ୍ରୁପର କମ୍ପାନି ଏୟାର ଇଣ୍ଡିଆର ଦୁଇଜଣ ପୂର୍ବତନ ବରିଷ୍ଠ ଏୟାର ହଷ୍ଟେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଦୁଇଜଣ ପୂର୍ବତନ କର୍ମଚାରୀ ଏୟାର ଇଣ୍ଡିଆକୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟାବହ ଦୁର୍ଘଟଣା ପରେ ବିମାନଗୁଡ଼ିକ ସୁରକ୍ଷା ଉପରେ ଅଧିକ ନଜର ରଖାଯାଉଛି। ଏଭଳି ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପୂର୍ବତନ କର୍ମଚାରୀ କମ୍ପାନି ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ ସତ କହି ଆମେ ଚାକିରିରୁ ତଡ଼ା ଖାଇଛୁ। ଅର୍ଥାତ ୨୦୨୪ ମଇ ୧୪ ତାରିଖରେ ମୁମ୍ବାଇ-ଲଣ୍ଡନ ବିମାନ ଏଆଇ-୧୨୯ (ବୋଇଂ ୭୮୭ ଭିଟି-ଏଏନକିୟୁ) ହିଥ୍ରୋରେ ଯାତ୍ରୀମାନେ ଓହ୍ଲାଇ ଯିବାପରେ ଆମେ କିଛି ତ୍ରୁଟି ଦେଖିଥିଲୁ।
ଯେମିତି କି ବିମାନର ସ୍ଲାଇଡ୍ ରାଫ୍ଟ ଅପ୍ରତ୍ୟାଶିତ ଭାବରେ ଖୋଲି ଯାଇଥିଲା। ଏହି ସମୟରେ ଦ୍ୱାରକୁ କିନ୍ତୁ 'ମାନୁଆଲ୍ ମୋଡ୍'ରେ ଖୋଲାଯାଇଥିଲା। ସାଧାରଣତଃ ଯେତେବେଳେ ଏହା ଘଟେ ସେତେବେଳେ ସ୍ଲାଇଡ୍ ଖୋଲିବା ଉଚିତ୍ ନୁହେଁ। ସ୍ଲାଇଡ୍ ସେତେବେଳେ ଖୋଲିଥାଏ ଯେତେବେଳେ ଦ୍ବାର 'ଆମର୍ଡ' କିମ୍ବା 'ସ୍ୱୟଂଚାଳିତ' ମୋଡରେ ଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/20/211a6113-bf26-4514-abe0-caec25358de0-2025-06-20-15-34-48.jpg)