ନୀଳତିମିର ଶିକାର ହୋଇ ସେନା କର୍ମଚାରୀ ବାଥରୁମ୍‌ରେ କରୁଥିଲେ ଆତ୍ମହତ୍ୟା ଉଦ୍ୟମ

ରାଜସ୍ଥାନ: ରାଜସ୍ଥାନର ଗୋପାଲଗଢ଼ରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନୀଳ ତିମି ଖେଳର ଶିକାର ହୋଇ ଆତ୍ମହତ୍ୟା କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ନୀଳତିମି ଖେଳର ଶିକାର ହୋଇ ସାରା ବିଶ୍ୱରେ କେତେକ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଖେଳ ଏମିତି ଏକ ଖେଳ, ଯେଉଁପିଲା ଏହି ନୀଳି ତିମି ଖେଳକୁ ଥରେ ଆରମ୍ଭ କରେ ସେଥିରୁ ମୁକୁଳି ପାରେ ନାହିଁ ବୋଲି ଏହି ଖେଳ ଖେଳିଥିବା ଜଣେ ଉଦ୍ଧାରକାରୀ କହନ୍ତି। ଯେଉଁମାନେ ବି ସୌଭାଗ୍ୟବଶତଃ ନୀଳତିମି ଖେଳରୁ ମୁକୁଳି ଯାଇ ଥାଆନ୍ତି ସେମାନେ ପୁର୍ନବାର ଏହାକୁ ଖେଳିବାକୁ ଚେଷ୍ଟା କରିଥାଆନ୍ତି।

ତେଣୁ ସୋସିଆଲ ମିଡିଆରେ ନୀଳତିମିର ଖେଳର ଆସୁଥିବା ସମସ୍ତ ଲିଙ୍କ୍‌କୁ ହଟାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପିଲାମାନଙ୍କ ସ୍କୁଲରେ ଏହି ଖେଳକୁ ନେଇ ସଚେତନା ବାର୍ତ୍ତା ମଧ୍ୟ ଦିଆଯିବ ବୋଲି କମିଶନର ପୁଲିସ କହିଥିଲେ। ବିଶେଷ ଭାବେ ଟିନ୍‌ଏଜର ପିଲା ଏହି ନୀଳ ତମିର ଶିକାର ହେଉଛନ୍ତି ବୋଲି କଥା ଉଠିଥିଲା ବେଳେ ସମ୍ପ୍ରତି ୪୨ବର୍ଷିଅ ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ଖେଳର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିବାକୁ ଯାଉଥିବା ସମୟରେ ଉଦ୍ଧାର ହୋଇଛନ୍ତି।

ଅବସରପ୍ରାପ୍ତ ସେନା କର୍ମଚାରୀ ନୀଳତିିମିର ଶିକାର ହୋଇ ଖେଳର ଶେଷ ପର୍ଯ୍ୟାୟରେ ପହଞ୍ଚି ବାଥରୁମ୍‌ରେ ଆତ୍ମହତ୍ୟା କରିବା ପାଇଁ ଏକ କଠୋର ପଦକ୍ଷେପ ଉଠାଇଥିଲେ। ଏହି ସମୟରେ ସେ ବାଥରୁମ୍‌ ଭିତରେ ଜୋରରେ ଚତ୍କାର କରିବାରେ ଲାଗିଥିଲେ। ସେନା କର୍ମଚାରୀ ଙ୍କ ଚତ୍କାର ଶୁଣି ତାଙ୍କ ପରିବାର ଲୋକ ବାଥରୁମ୍‌ ଭିତରକୁ ଯାଇ ଦେଖିଲା ବେଳକୁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ। ତାଙ୍କ ହାତରେ ନୀଳତିମି ଖେଳର ନକସା ଅଙ୍କା ଯାଇଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତରି ସୂତ୍ରରୁ ପ୍ରକାଶ।

 

ସମ୍ବନ୍ଧିତ ଖବର