ଢାକା: ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ ବୋଲି ଡାକ୍ତରମାନେ କହିବାର ଦିନକ ପରେ ‘ବାଂଲାଦେଶ ନ୍ୟାସ୍‌ନାଲିଷ୍ଟ୍‌ ପାର୍ଟି’ର ଅଧ୍ୟକ୍ଷା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ମଙ୍ଗଳବାର ଦିନ ଦେଶର ଏକ ଶ୍ରେଷ୍ଠ ଘରୋଇ ହସ୍ପିଟାଲ୍‌ର ‘କରୋନେରି କେୟାର୍‌ ୟୁନିଟ୍‌’କୁ ସ୍ଥାନାନ୍ତରିତ କରାଯାଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।

Advertisment

୧୭ ବର୍ଷ କାରାଦଣ୍ଡାଦେଶ ପାଇଥିବା ୭୮ ବର୍ଷୀୟା ଜିଆ ୨୦୨୦ରେ ଜେଲ୍‌ରୁ ସର୍ତ୍ତମୂଳକ ମୁକ୍ତି ପାଇ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ତାଙ୍କ ନାଁରେ ୨ଟି ଅଭିଯୋଗ ସାବ୍ୟସ୍ତ ହେବା ପରେ ସେ ଜେଲ୍‌ ଦଣ୍ଡାଦେଶ ପାଇଥିଲେ। ସେଥିରୁ ଗୋଟିଏ ହେଉଛି ତାଙ୍କ ନିହତ ସ୍ବାମୀ ଜିଆ-ଉର୍‌ ରହମନ୍‌ଙ୍କ ନାଁରେ ନାମିତ ଏକ ଅନାଥଶ୍ରମର ଅର୍ଥ ହେର୍‌ଫେର୍‌ କରିବା। ବାଂଲାଦେଶର ରାଷ୍ଟ୍ରପତି ଜିଆ-ଉର୍‌ ରହମନ୍‌ ଥିଲେ ରାଜନେତା ପାଲଟିଥିବା ଜଣେ ସାମରିକ ଶାସକ। ସେ ‘ବାଂଲାଦେଶ ନ୍ୟାସ୍‌ନାଲ୍‌ ପାର୍ଟି’ ସ୍ଥାପନା କରିଥିଲେ।

publive-image File Picture of Zia in 2021; Image Courtesy of Voice of America

ଜିଆଙ୍କ ଚିକିତ୍ସା ନିମ‌ନ୍ତେ ‘ଏଭର୍‌କେୟାର୍‌ ହସ୍ପିଟାଲ୍‌’ରେ ଗଠିତ ମେଡିକାଲ୍‌ ବୋର୍ଡ କହିଛି ଯେ, ବାଂଲାଦେଶରେ ତାଙ୍କର ଆବଶ୍ୟକ ଚିକିତ୍ସା ସମ୍ଭବପର ହେଉନାହିଁ। ଲିଭର୍‌ ପ୍ରତିରୋପଣ ଲାଗ ତାଙ୍କୁ ବିଦେଶ ପଠାଯିବା ଆବଶ୍ୟକ।

ଅଧିକ ସ୍ବାସ୍ଥ୍ୟଗତ ଅବନତି ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ତାଙ୍କୁ ଡାକ୍ତରମାନେ ‘ସିସିୟୁ’କୁ ସ୍ଥାନାନ୍ତର କରିଛନ୍ତି ବୋଲି ଜିଆଙ୍କର ବ୍ୟକ୍ତିଗତ ଡାକ୍ତର ଜାହିଦ୍‌ ହୋସେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ଜିଆଙ୍କ ଲିଭର୍‌ ସିରୋସିସ୍‌ ରୋଗ ତାଙ୍କର ହୃତ୍‌ପିଣ୍ଡ ଓ କିଡ୍‌ନି ଅବସ୍ଥାକୁ ଜଟିଳ କରିପକାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରୁ ଜିଆ ଉକ୍ତ ବ୍ୟୟବହୁଳ ଡାକ୍ତରଖାନାରେ ଚିକିତ୍ସାଧୀନା ଅଛନ୍ତି। ସେଠାରେ ୧୭ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାର ତତ୍ତ୍ବାବଧାନ କରୁଛନ୍ତି।