ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୧୯ ପାଇଁ ଚାଲିଥିବା ନିର୍ବାଚନୀ ପ୍ରଚାର ମୈଦାନ୍‌ରେ ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ରାବ୍ରି ଦେବୀ ବି ଓହ୍ଲାଇଛନ୍ତି। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ତାଙ୍କୁ ବ୍ରହ୍ମାଣ୍ଡର ସବୁଠାରୁ ମିଛୁଆ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ନେଇ ରାବ୍ରିଙ୍କ ଏଭଳି ଚୁଟକି ସେ ନିଜର ଅଧିକାରୀକ ଟୁଇଟର ହ୍ୟାଣ୍ଡେଲ୍‌ରେ କରିଛନ୍ତି।

Advertisment

ଟୁଇଟରରେ କମ୍‌ ସକ୍ରିୟ ରହୁଥିବା ରାବ୍ରି ଦେବୀ ଭୋଜପୁରୀ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିବା ଏହି ଆକ୍ଷେପ ଏବେ ଚର୍ଚ୍ଚାର ପରିସରରେ ରହିଛି। ଟୁଇଟରରେ ରାବ୍ରି ଲେଖିଛନ୍ତି, ‘ ତ୍ରିଲୋକ, ଚାରି ଯୁଗ ଓ ବ୍ରହ୍ମାଣ୍ଡରେ ଯଦି କିଏ ସବୁଠାରୁ ମିଛୁଆ ଅଛନ୍ତି ସେ ହେଉଛନ୍ତି ନରେନ୍ଦ୍ର ମୋଦି। ପୂରା ଦିନ ମିଛଟାରେ ବକର-ବକର-ବକର କରୁଥାଆନ୍ତି। କିଛି କାମର କଥା ହିଁ କରନ୍ତି ନାହିଁ।

publive-image New Indian Express

ଏହା ପୂର୍ବରୁ ରାବ୍ରି ପ୍ରଧାନମନ୍ତ୍ରୀଙ୍କୁ ଠକ, ସେ ଦେଶର ଜନତାଙ୍କ ଠକୁଛନ୍ତି ବୋଲି ଟୁଇଟରରେ କହିଥିଲେ। କାମ ନାମରେ କିଛି କରନ୍ତି ନାହିଁ। ଚଳିତ ଥର ଦେଶରୁ ମୋଦିଙ୍କୁ ବାହାର କରିବାର ଅଛି ବୋଲି ସେ କହିଛନ୍ତି।