ପାଟନା: ଶନିବାର ଅପରାହ୍ଣରେ ପୂର୍ବତନ ବିହାର ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। କିନ୍ତୁ, ସେ ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ସମ୍ପର୍କରେ କୌଣସି କଥା ସ୍ପଷ୍ଟ କରି ନାହାନ୍ତି। ଏ ସଂକ୍ରାନ୍ତରେ ସେ ନିଷ୍ପତ୍ତି ଗ୍ରହଣ କରି ନ ଥିବା କଥା କହିଛନ୍ତି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଡିଜିପି ଗୁପ୍ତେଶ୍ବର ପାଣ୍ଡେ ସ୍ବେଚ୍ଛାରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଆସନ୍ତ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଶୁଣାଯାଉଥିଲା।
Image Courtesy of Yes Punjabଆଜି ‘ଜେଡିୟୁ’ ମୁଖ୍ୟ ନୀତିଶ କୁମାରଙ୍କୁ ଭେଟି ଫେରିବା ସମୟରେ ଗୁପ୍ତେଶ୍ବର ପାଣ୍ଡେ କହିଲେ, ଜଣେ ଡିଜିପି ଭାବେ କର୍ତ୍ତବ୍ୟ କରିବାକୁ ମତେ ପୂର୍ଣ୍ଣ ସ୍ବାଧୀନତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କରିବାକୁ ମୁଁ ଏଠାକୁ ଆସିଥିଲି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ବିହାର ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବ ଏବଂ ନଭେମ୍ବର ୧୦ରେ ଭୋଟ୍ ଗଣନା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gupt-pandey.jpeg)