‘ଶପଥ ନେଲା ପରେ ହିଁ କହିବି, କାହିଁକି ରାଜ୍ୟସଭା ସଦସ୍ୟ ପଦ ଗ୍ରହଣ କଲି’: ଜଷ୍ଟିସ୍‌ ରଂଜନ ଗୋଗେଇ…

ଗୌହାଟି/ ନୂଆଦିଲ୍ଲୀ: ବିଭିନ୍ନ ସମୟରେ ବିଭିନ୍ନ କାରଣ ଓ ଅକାରଣକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ଦେଶର ଶୀର୍ଷତମ ଅଦାଲତ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଜର ସାମ୍ବିଧାନିକ କ୍ଷମତାକୁ ବ୍ୟବହାର କରି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ରାଜ୍ୟସଭା ସଦସ୍ୟ ରୂପେ ମନୋନୀତ କଲାପରେ ଏବେ ଏହାକୁ କେନ୍ଦ୍ରକରି ଦେଶରେ ରାଜନୈତିକ ଚର୍ଚ୍ଚା, ଆଲୋଚନା ଓ ବିତର୍କ ଜୋରଧରିଛି।

Scoop News

ତେବେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏ ନିଷ୍ପତ୍ତି ଉପରେ ଗତକାଲି ଠାରୁ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଥିବା ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ତାଙ୍କର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଏ ପ୍ରକାର ନିଷ୍ପତ୍ତି ପରେ ଏବେ ମୁଁ ନ୍ୟାୟପାଳିକାର ଦୃଷ୍ଟିଭଙ୍ଗୀକୁ ବିଧିପାଳିକା ସମ୍ମୁ୍‌ଖରେ ଉପସ୍ଥାପିତ କରିବା ପାଇଁ ସୁଯୋଗ ପାଇବି। ନ୍ୟାୟପାଳିକା ଓ ବିଧିିପାଳିକା ଅନେକ ସମୟରେ ଏକତ୍ର ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୁଁ ମନେକରେ। ସେଥିପାଇଁ ମୁଁ ରାଷ୍ଟ୍ରପତିଙ୍କର ଏ ପ୍ରସ୍ତାବକୁ ଗ୍ରହଣ କରିଛି। ଆସନ୍ତାକାଲି ମୁଁ ଦିଲ୍ଲୀ ଯାଇ ରାଜ୍ୟସଭାର ସଂସଦ ଭାବେ ଶପଥ ଗ୍ରହଣ କଲା ପରେ ହିଁ ଏ ବାବଦରେ ଅଧିକ ଯାହା କିଛି କହିବି ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର