ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍‌ସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡ ପରେ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ପୁଲିସ କଣ୍ଟ୍ରୋଲ ରୁମ ୧୧୨କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ପୂର୍ବତନ ପୁଲିସ ଅଧିକାରୀଙ୍କ ମୃତ୍ୟୁର ୫ ଦିନ ପୂର୍ବରୁ ସ୍ତ୍ରୀ ପଲ୍ଲବୀ ଇଣ୍ଟରନେଟରେ ବେକ ପାଖରେ ଥିବା ଶିରା ଏବଂ ରକ୍ତବାହୀ ନାଡୀ କାଟି ଦେଲେ କିପରି ଜଣେ ବ୍ୟକ୍ତିର ମୃତ୍ୟୁ ହୁଏ ସର୍ଚ୍ଚ କରିଥିଲେ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ପୂର୍ବତନ ଡିଜିପି ଓ ପତ୍ନୀ ପଲ୍ଲବୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।  ଏହି ଘଟଣାକୁ କେନ୍ଦ୍ର କରି ପଲ୍ଲବୀ ସ୍ବାମୀଙ୍କୁ ଛୁରାମାଡ଼ କରିବା ପାଇଁ ସ୍ଥିର କରିଥିଲେ। ଏହା ପୂର୍ବରୁ ସେ ସ୍ବାମୀଙ୍କ ମୁହଁରେ ଲଙ୍କା ପାଉଡର ଫିଙ୍ଗି ଦେଇଥିଲେ । ଲଙ୍କାପାଉଡର ଡିଜିପିଙ୍କ ଉପରେ ପଡ଼ିବା ପରେ ସେ ଯନ୍ତ୍ରଣାବରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ପଲ୍ଲବୀ ଅତି ନିର୍ଦ୍ଦୟ ଭାବେ ସ୍ବାମୀଙ୍କୁ ଛୁରୀ‌ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୂର୍ବତନ ଡିଜିପି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ଓମ ପ୍ରକାଶଙ୍କ ପୁଅ କାର୍ତ୍ତିକେଶ ଅଭିଯୋଗ କରି କହିଛନ୍ତି, ‘ ମା’ ପଲ୍ଲବୀ ଗତ ଏକ ସପ୍ତାହ ଧରି ମୋ ବାପାଙ୍କୁ ହତ୍ୟା ଧମକ ଦେଉଇ ଆସୁଥିଲେ।’