ନୂଆଦିଲ୍ଳୀ: ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌)ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପୂର୍ବତନ ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କୁ ସାମିଲ୍‌ କରାଯାଇଛି। 

Advertisment

ଉତ୍ତର ପ୍ରଦେଶର ୧୯୮୪ ମସିହା ବ୍ୟାଚର ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌) ଅଧିକାରୀ ମିଶ୍ରଙ୍କୁ ସଚିବ ପଦବୀରେ ନିଯୁକ୍ତ କରାଯାଇଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଇଏସି-ପିଏମ୍‌ ହେଉଛି ଏକ ସ୍ୱାଧୀନ ସଂସ୍ଥା। ଯାହା ପ୍ରଧାନମନ୍ତ୍ରୀଙ୍କୁ ଅର୍ଥନୈତିକ ପ୍ରସଙ୍ଗରେ ପରାମର୍ଶ ଦେବାର ଦାୟିତ୍ୱ ବହନ କରେ।

୨୦୧୮ରେ ପ୍ରଥମେ ଇଡି ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିବା ମିଶ୍ରଙ୍କୁ ଏଜେନ୍ସି ନେତୃତ୍ୱ ନେବା ସମୟରେ କେନ୍ଦ୍ର ପକ୍ଷରୁ ଅନେକ ଥର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ପରେ ସୁପ୍ରିମକୋର୍ଟ ତୃତୀୟ ଏବଂ ଶେଷ କାର୍ଯ୍ୟକାଳ ବୃଦ୍ଧିକୁ "ଅବୈଧ" ଘୋଷଣା କରିଥିଲେ।

ମିଶ୍ର ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ଶରଦ ପାୱାର, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ବର୍ତ୍ତମାନର ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ତଦନ୍ତ ସମେତ ଅନେକ ହାଇ-ପ୍ରୋଫାଇଲ୍ ମାମଲାର ତଦାରଖ କରିଥିଲେ।

୨୦୨୪ ମସିହା ନଭେମ୍ବର ୧ ତାରିଖରେ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିବେକ ଦେବରୟଙ୍କ ମୃତ୍ୟୁ ହେବା ପରେ ଏହି ନିଯୁକ୍ତି ଦିଆଯାଇଛି।