ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଥିବା ବେଳେ ଏବେ ଜାଣିବାକୁ ମିଳିଛି ଯେ ଜମି ବିବାଦ ପୂର୍ବତନ ଡିଜିଙ୍କ ମୃତ୍ୟୁର ମୂଳ କାରଣ।
ବେଙ୍ଗାଲୁରୁ ପୁଲିସ୍ ଏବେ ଏ ଦିଗରୁ ବି ମାମଲାର ତଦନ୍ତ କରୁଛି। ପୁଲିସ୍ ମୁତାବକ, ଓମ୍ ପ୍ରକାଶ ନିଜ ଭଉଣୀଙ୍କ ନାମରେ ଦାଣ୍ଡେଲିରେ ଏକ ଜମି କିଣିଥିଲେ। ତାଙ୍କ ପତ୍ନୀ ସେହି ଜମିକୁ ତାଙ୍କ ନାମରେ କରିବା ପାଇଁ ଓମ୍ ପ୍ରକାଶଙ୍କ ଉପରେ ଚାପ ପକାଉଥିଲେ।
ଓମ୍ପ୍ରକାଶ ତାଙ୍କର ଅନ୍ୟ ଏକ ଜମିକୁ ତାଙ୍କ ପୁଅ ନାମରେ ପଞ୍ଜିକରଣ କରାଇଥିଲେ। ଏହାକୁ ନେଇ ମଧ୍ୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହେଉଥିଲା।
ଓମ୍ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି। ପଲ୍ଲବୀ ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ପତ୍ନୀଙ୍କୁ ଫୋନ କରି ‘ମୁଁ ଜଣେ ରାକ୍ଷସକୁ ମାରିଦେଇଛି’ ବୋଲି କହିଥିବା ଏବେ ଜଣାପଡ଼ିଛି। ଏଥିରୁ ଯାହା ଜଣାପଡୁଛି ଓମ୍ପ୍ରକାଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୈବାହିକ ସଂପର୍କ ନଥିଲା। ସେମାନଙ୍କ ମଧ୍ୟରେ ପଡୁନଥିବା କାରଣରୁ ଅତିଶୟ ହୋଇ ପତ୍ନୀ ତାଙ୍କର ହତ୍ୟା କରିଛନ୍ତି। ଏହାବ୍ୟତୀକ ଓମ୍ପ୍ରକାଶଙ୍କ ପତ୍ନୀ ପଲ୍ଲବୀ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପୁଅ କହିଛନ୍ତି।
ଡିଜିପି ଓମ ପ୍ରକାଶଙ୍କ ହତ୍ୟାକାଣ୍ଡରେ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି, ଯିଏ ବେଙ୍ଗାଲୁରୁରେ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ଘଟଣା ପରେ ତାଙ୍କ ପତ୍ନୀ ପଲ୍ଲବୀ ପୁଲିସ କଣ୍ଟ୍ରୋଲ ରୁମ ୧୧୨କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଏଚ୍ଏସ୍ଆର ଲେଆଉଟ୍ ସ୍ଥିତ ତାଙ୍କ ବାସଭବନରେ ଓମ ପ୍ରକାଶଙ୍କୁ ଛୁରୀ କ୍ଷତ ସହିତ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।