ମୁଁ ‘ବିଜେପି’ର, କିନ୍ତୁ ବିଜେପି ମୋ ଦଳ ନୁହେଁ: ପଙ୍କଜା ମୁଣ୍ଡେ

ମୁମ୍ବାଇ: ଗତ କିଛି ବର୍ଷ ଧରି ମହାରାଷ୍ଟ୍ରର ଜଣାଶୁଣା ରାଜନେତା ପଙ୍କଜା ମୁଣ୍ଡେ ରାଜ୍ୟ ବିଜେପିରୁ ଦୂରେଇ ରହିଛନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଂପାଦକ ପଙ୍କଜା ମୁଣ୍ଡେ ଏକ ବଡ଼ ବିବୃତି ଦେଇଛନ୍ତି। ପଙ୍କଜା କହିଛନ୍ତି ଯେ ସେ ବିଜେପିର, କିନ୍ତୁ ବିଜେପି ତାଙ୍କ ଦଳ ନୁହେଁ।

ଏକ କାର୍ଯ୍ୟକ୍ରମରେ ପଙ୍କଜା ମୁଣ୍ଡେ କହିଛନ୍ତି ଯେ ବିଜେପି ଏକ ବଡ଼ ଦଳ, କିନ୍ତୁ ଏହା ତାଙ୍କର ନୁହେଁ। ମାର କିଛି ଚିନ୍ତା ନାହିଁ।  ମୁଁ କାହାରିକୁ ଭୟ କରେ ନାହିଁ। ଯଦି ମୋତେ କିଛି କାମ ନ ମିଳେ, ତେବେ ମୁଁ ଆଖୁ କାଟିବାକୁ ଯିବି। ମୋର କିଛି ସଉକ ନାହିଁ।

ଏଣେ ପଙ୍କଜାଙ୍କର ଏହି ବୟାନ ପରେ ସେଠାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏନସିପି ନେତା ଅନୀଲ ଦେଶମୁଖ କହିଛନ୍ତି ଯେ ଯଦି ପଙ୍କଜା ମୁଣ୍ଡେ  ବିଜେପିରୁ ଇସ୍ତଫା ଦିଅନ୍ତି, ତେବେ ଦଳରେ ସାମିଲ କରାଯିବା ନେଇ ଆଲୋଚନା କରାଯିବ।

ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟ ରେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ପରେ, ମୁଣ୍ଡେ କହିଥିଲେ ଯେ ସେ ବୋଧହୁଏ ମନ୍ତ୍ରୀ ପଦ ପାଇବାକୁ ଯଥେଷ୍ଟ ଯୋଗ୍ୟା ନୁହଁନ୍ତି। ବିଜେପିର ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଚଳିତ ବର୍ଷ ଜାନୁଆରୀରେ କହିଥିଲେ ଯେ ଦଳ ମଧ୍ୟରେ ପଙ୍କଜା ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର