ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଫେୟାରୱେଲ୍ ନୋଟ୍‌’ ଟୁଇଟ୍‌ କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ବିଦାୟୀ କେନ୍ଦ୍ର ସରକାରରେ ଭାରତର ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ‘ଧନ୍ୟବାଦ’ ନୋଟ୍‌ ଟୁଇଟ୍‌ କରିଛନ୍ତି। ମୋଦୀଙ୍କ ନୂତନ ମନ୍ତ୍ରୀ ପରିଷଦ୍‌ରେ ସାମିଲ ସ୍ୱରାଜ ସାମିଲ ହୋଇ ନାହାନ୍ତି।

ଲୋକମାନଙ୍କର (ଭାରତୀୟ ଏବଂ ପ୍ରବାସୀ ଭାରତୀୟ) ସେବା କରିବାକୁ ତାଙ୍କୁ ସୁଯୋଗ ଓ ଗତ ପାଞ୍ଚବର୍ଷରେ ତାଙ୍କୁ ମିଳିଥିବା ସମ୍ମାନ ଓ ସୌଜନ୍ୟ ପାଇଁ ଟୁଇଟ୍‌ରେ ୬୭ ବର୍ଷୀୟ ସୁଷମା ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଲୋକମାନଙ୍କୁ ସହାୟତା କରିବାକୁ ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ ବ୍ୟବହାର କରୁଥିବାରୁ କୋଟି କୋଟି ଲୋକଙ୍କର ପ୍ରଶଂସା ଭାଜନ ହୋଇଥିବା ସୁଷମା ଲେଖିଛନ୍ତି: ମୁଁ ଆପଣଙ୍କ ପାଖରେ କୃତଜ୍ଞ। ଠାକୁରଙ୍କୁ ମୋର ଗୋଟିଏ ପ୍ରାର୍ଥନା ଯେ ଆମ ସରକାର ମହିମାମଣ୍ଡିତ ହେଉ।

ଘଣ୍ଟାଏ ଭିତରେ ତାଙ୍କର ଏଇ ବାର୍ତ୍ତାକୁ ୬୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପୁନଃଟୁଇଟ୍‌ କରିସାରିଥିଲେ।

ଦର୍ଶକମଣ୍ଡଳୀରେ ବସି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ୫୭ଜଣିଆ ଟିମ୍‌ ପଦ ଓ ଗୋପନୀୟତାର ଶପଥ ପାଠ ଦେଖୁଥିବା ସ୍ୱରାଜ ପ୍ରଧାନମନ୍ତ୍ରୀଙ୍କୁ ନୋଟ୍‌ ଟୁଇଟ୍‌ କରିବାର କେଇ ମୁହୂର୍ତ୍ତ ପରେ ସରକାରରୁ ନିଜର ବିଦାୟ କଥା ଅବଗତ ପାଇଁ ନିଜର ଟୁଇଟର୍‌ ବାୟୋ ପରିବର୍ତ୍ତନ କରିଥିଲେ।

ସ୍ୱରାଜ ୧୯୭୭ ମସିହାରେ ହରିୟାଣା ବିଧାନସଭାକୁ ପ୍ରବେଶ କରି ୨୫ ବର୍ଷ ବୟସରେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ରରେ ଗଠିତ ସମସ୍ତ ବିଜେପି ସରକାରର ଅଂଶବିଶେଷ ହୋଇଥିଲେ।

ସମ୍ବନ୍ଧିତ ଖବର