ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭୂୟସୀ ପ୍ରଶଂସା କରିଛନ୍ତି। ଅବାଧ ବୈଦେଶିକ ନୀତି ବଳରେ ତାଙ୍କ ସରକାର ମଧ୍ୟ ରିହାତି ଦରରେ ତୈଳ ଖରିଦ କରିବା ଲାଗି ଉପାୟ କରୁଥିଲା ବୋଲି ମଧ୍ୟ ସେ କହିଛନ୍ତି।
ଅର୍ଥନୀତିକୁ ବିଶୃଙ୍ଖଳିତ କରି ଭୀତତ୍ରସ୍ତ ଓ ନିର୍ବିଚାର ଭାବେ ଅଯଥା କାର୍ଯ୍ୟରେ ମାତିଥିବା କହି ଇମ୍ରାନ୍ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍ (ଏନ୍)’ ନେତୃତ୍ବାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
Image Courtesy of The Economic Timesଇନ୍ଧନ ଦର ହ୍ରାସ କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିଷୟରେ ସୂଚନା ସେୟାର୍ କରି ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର ନେତା ଇମ୍ରାନ୍ ଟୁଇଟ୍ କରି ଲେଖିଛନ୍ତି: ‘କ୍ବାଡ୍’ରେ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଚାପ ଏଡ଼ାଇ ଜନସାଧାରଣଙ୍କୁ ଆଶ୍ବସ୍ତି ଦେବା ଲାଗି ଭାରତ ରିହାତି ମୂଲ୍ୟରେ ରୁଷୀୟ ତୈଳ ଖରିଦ କଲା। ଅବାଧ ବୈଦେଶିକ ନୀତି ବଳରେ ଆମ ସରକାର ମଧ୍ୟ ଏଭଳି କରିବା ଲାଗି କାର୍ଯ୍ୟ କରିଥିଲା।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଇନ୍ଧନ ଉପରୁ ‘ଏକ୍ସାଇଜ୍ ଡିୟୁଟି’ ହ୍ରାସ କରିବାରୁ ଶନିବାର ଦିନ ଭାରତରେ ଲିଟର୍ପିଛା ପେଟ୍ରୋଲ୍ ଟ. ୯.୫ ଓ ଲିଟର୍ପିଛା ଡିଜେଲ୍ ଟ. ୭/- କମ୍ରେ ବିକ୍ରୟ ହେଉଛି।
ୟୁକ୍ରେନ୍ ଆକ୍ରମଣ କରିବା ହେତୁ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ମସ୍କୋ ଉପରେ କଠୋର କଟକଣା ଜାରି କରିଥିବା ସମୟରେ ରୁଷ୍ରୁ ଭାରତର ତୈଳ ଆମଦାନି ଖୁବ୍ ବୃଦ୍ଧି ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/IK-2.jpg)