ରାୟ ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ବିଚାରପତି ଅଶୋକ ଗାଙ୍ଗୁଲି

କୋଲକାତା : ଅଯୋଧ୍ୟା ରାୟ ଉପରେ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଅଶୋକ ଗାଙ୍ଗୁଲି ପ୍ରଶ୍ନ ଉଠାଇଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ମନେ ହେଉଥିବା ଏଭଳି ବୈଚାରିକ ପ୍ରକ୍ରିୟାରେ ସେ ଗଭୀର ମର୍ମାହତ ବୋଲି ବିଚାରପତି ଗାଙ୍ଗୁଲି କହିଛନ୍ତି। ସୂଚନାଯୋଗ୍ୟ, ବିବାଦୀୟ ୨.୭୭ ଏକର ଜମି ଉପରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ରାୟ ପ୍ରକାଶ କରିଛନ୍ତି। ସେହିଭଳି ମୁସ୍‌ଲିମଙ୍କ ପାଇଁ ଅଯୋଧ୍ୟାର ଅନ୍ୟ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିବାଦୀୟ ଜମି ଉପରେ କାହିଁକି ରାମ ମନ୍ଦିର ନିର୍ମାଣ ହେବ ବୋଲି ପୂର୍ବତନ ବିଚାରପତି ଗାଙ୍ଗୁଲି ପ୍ରଶ୍ନ କରିଛନ୍ତି। ଏଭଳି ରାୟରେ ସେ ବିଚଳିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର