‘ମୋ ଜମି ମୋତେ ଫେରାଇଦିଅ’ କହି ବାରମ୍ବାର ସରକାରୀ ଅଫିସ ଦୌଡୁଛନ୍ତି ପୂର୍ବ ସୈନିକ

ଜମି ମାଫିଆଙ୍କ କବଜାରେ ଦେଶ ପାଇଁ ଲଢ଼ିଥିବା ସୈନିକଙ୍କ ଜମି

ପୂର୍ଣ୍ଣିଆ: ଦେଶ ପାଇଁ ଲଢ଼ିଥିବା ସୈନିକଙ୍କୁ ତାଙ୍କ ସେବା ପାଇଁ ସରକାର ଦେଇଥିଲେ ଖଣ୍ଡେ ଜମି | ଆଉ ସାହସିକତା ପୁରସ୍କାର ପାଇଥିବା ଅବସରପ୍ରାପ୍ତ ଯବାନଙ୍କୁ ମିଳିଥିବା ଜମିକୁ ଏବେ କବଜା କରିନେଇଛନ୍ତି କିଛି ଜମି ମାଫିଆ | ନିଜ ଜମି ଖଣ୍ଡିକ ଫେରିପାଇବା ପାଇଁ ବାରମ୍ବାର ସରକାରଙ୍କ ପାଖରେ ଗୁହାରି କରୁଛନ୍ତି ଜଣେ ପୂର୍ବତନ ସୈନିକ | ଏଭଳି ଏକ ଦୁଃଖଦପୂର୍ଣ୍ଣ ଖବର ବିହାର ଜିଲ୍ଲାର ପୂର୍ଣ୍ଣିଆରୁ ଆସିଛି | ମିଳିଥିବା ସୂଚନା ମୁତାବକ ବିହାର ସମସ୍ତିପୁରରେ ରୁହନ୍ତି ଶତ୍ରୁଘ୍ନ ଗିରି | ୧୯୬୨ ଏବଂ ୧୯୭୧ ଯୁଦ୍ଧରେ ଶତ୍ରୁଘ୍ନ ସାହସର ସହ ଲଢ଼ିଥିବାବେଳେ ତାଙ୍କୁ ଦୁଇଟି ସାମରିକ ପଦକ ପ୍ରଦାନ କରାଯାଇଥିଲା। ୧୯୮୪ ମସିହାରେ କେନ୍ଦ୍ର ସରକାର ପୂର୍ଣ୍ଣିଆରେ ତାଙ୍କୁ ଜମି ପ୍ରଦାନ କରିଥିଲେ |

ଅବସର ପରେ ସୈନିକ ଜଣକ କିଭଳି ଜୀବନ ବିତାଇବେ ସେହି ଉଦ୍ଦେଶ୍ୟରେ ଜମି ଦିଆଯାଇଥିବାବେଳେ କିଛି ବର୍ଷ ହେଲା ଜମି ମାଫିଆ ଏହି ଜମିକୁ କବଜା କରିନେଇଛନ୍ତି | ଆଉ ଏହି ଅବସରପ୍ରାପ୍ତ ସୈନିକ ଜଣକ ତାଙ୍କ ଜମି ଫେରିପାଇବା ପାଇଁ ବାରମ୍ବାର ସରକାରୀ ଅଫିସ ଦୌଡ଼ିଥିଲେ ବି କୌଣସି ସୁଫଳ ମିଳିପାରିନାହିଁ |

उम्र के अंतिम पड़ाव में पूर्व जांबाज सैनिक शत्रुघन गिरि को जमीन की जंग लड़नी पड़ रही है.
photo-news 18

ନିଜ ଜମି ଖଣ୍ଡିକ ଫେରିପାଇବା ପାଇଁ ଆଜି ଶତ୍ରୁଘ୍ନ ଗିରି ପୂର୍ଣ୍ଣିଆର ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟିଥିଲେ। ଉଭୟ ଅଧିକାରୀ ପୁଣି ଥରେ ଏହି ଘଟଣାର ତଦନ୍ତ କରି ଜମି ଫେରାଇବାକୁ ପ୍ରତିଶୃତି ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ବେଶ ଭାବପ୍ରବଣ ହୋଇପଡିଛନ୍ତି ଶତ୍ରୁଘ୍ନ ଗିରି | ଜୀବନର ବାର୍ଦ୍ଧକ୍ୟ ସମୟରେ ବି ନିଜ ଜମି ଖଣ୍ଡିକ ଫେରିପାଇବା ପାଇଁ ସେ ସଂଘର୍ଷ କରୁଥିବାର ବଖାଣିଥିଲେ | ଜମି ଫେରିପାଇବା ପାଇଁ ସମସ୍ତିପୁରରୁ ପୂର୍ଣ୍ଣିଆ ବାରମ୍ବାର ଦୌଡୁଥିବାରୁ ସେ ହତାଶ ହୋଇଯାଇଥିବାର କହିଛନ୍ତି |

ସମ୍ବନ୍ଧିତ ଖବର