ଆନ୍ଧ୍ର ବିଧାନସଭାର ପୂର୍ବତନ ବାଚସ୍ପତି ଶିବପ୍ରସାଦଙ୍କୁ ହତ୍ୟା କରାଯାଇଛି: ନାଇଡ଼ୁ

ସିବିଆଇ ତଦନ୍ତ ଦାବି କଲେ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଡ଼େଲା ଶିବପ୍ରସାଦ ରାଓ ଗତକାଲି ହାଇଦ୍ରାବାଦ୍‌ ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ମାନସିକ ଚାପ ଏବଂ ବିଷାଦ ହେତୁ କୋଡ଼େଲା ଆତ୍ମହତ୍ୟା କରିଥିବା କୁହାଯାଇଥିଲା। କିନ୍ତୁ ଟିଡିପି (‌ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଦାବି କରିଛନ୍ତି ଯେ କୋଡ଼େଲା ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ନାଇଡ଼ୁ ଉକ୍ତ ଘଟଣାରେ ସିବିଆ‌ଇ ତଦନ୍ତ ଦାବି କରିଛନ୍ତି। କୋଡ଼େଲାଙ୍କ ମୃତ୍ୟୁ ପାଇଁ ନାଇଡ଼ୁ ଜଗନ ମୋହନ ରେଡ୍ଡି ସରକାରଙ୍କୁ ଦାୟୀ କରିଛନ୍ତି। ନାଇଡ଼ୁ କହିଛନ୍ତି, ସେ ତାଙ୍କ କ୍ୟାରିୟରରେ ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ସେ ନିଜେ ମଧ୍ୟ ଏହି ପଦରେ ଅନେକ ବର୍ଷ ଧରି ରହିଥିଲେ। କିନ୍ତୁ ଜଗନମୋହନ ରେଡ୍ଡିଙ୍କ ପରି ଅଜବ ମୁଖ୍ୟମନ୍ତ୍ରୀ ସେ କେବେ ଦେଖିନଥିବା କହିଛନ୍ତି। କୋଡ଼େଲାଙ୍କ ମୃତ୍ୟୁ ପାଇଁ ସେ ସରକାରକୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର