ନୂଆଦିଲ୍ଲୀ: ରାଜସ୍ଥାନରେ ‘ବିଜେପି’ ୧୧୦ଟି ଆସନରେ ଅଗ୍ରଣୀ ଥିବା ବେଳେ ବିଦ୍ୟାଧର ନଗର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳର ନେତ୍ରୀ ଦୀୟା କୁମାରୀ କହିଛନ୍ତି ଯେ, ଜନତା ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରକୁ ବିତାଡ଼ିତ କରି ତାଙ୍କ ଦଳକୁ ସମର୍ଥନ କରିଛନ୍ତି।
ଜୟପୁର ରାଜପରିବାର ଦୀୟା କୁମାରୀ କହିଛନ୍ତି ଯେ, ବିଧାନସଭାନ ନିର୍ବାଚନର ଫଳାଫଳ ସେମାନଙ୍କ ପ୍ରତ୍ୟାଶାକୁ ଟପି ଯାଇଛି। ‘ବିଜେପି’ କର୍ମୀମାନେ ବିଜୟ ଧ୍ବନି ଦେଉଥିବା ବେଳେ ଗଣମାଧ୍ୟମକୁ ଦୀୟା କହିଛନ୍ତି, ତିନୋଟି ରାଜ୍ୟରେ ‘ବିଜେପି’ ବିଜୟ ହାସଲ କରିବ। ଏହା ଆମ ପ୍ରତ୍ୟାଶାକୁ ବଳିଯାଇଛି। ଦଳର କର୍ମୀମାନେ ଅତ୍ୟନ୍ତ ଆନନ୍ଦିତ। ଜନତା ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରର ମୂଳତ୍ପୋଟନ କରି ବିକାଶ ନିମନ୍ତେ ‘ବିଜେପି’କୁ ଭୋଟ୍ ଦେଇଛନ୍ତି।
/sambad/media/post_attachments/dd54b048febfa54d2b55da187bdba85d9b2997c977e1d9a338d10ffff8211461.jpg) Image Courtesy of The Week
 Image Courtesy of The Weekସେ କହିଛନ୍ତି, ସର୍ବସାଧାରଣ ଜାଣନ୍ତି ‘ବିଜେପି’ ଲୋକମାନଙ୍କ ପାଇଁ କାର୍ଯ୍ୟ କରେ। ନାରୀ ସୁରକ୍ଷା, ଯୁବାଙ୍କୁ କର୍ମସଂସ୍ଥାନ ଦେବା ଓ କୃଷକମାନଙ୍କ ପ୍ରତି ସୁବିଚାର କରିବା ଭଳି ସରକାର ସେମାନେ ଆବଶ୍ୟକ କରନ୍ତି। ଏହି ବିଜୟ ନିମନ୍ତେ ସେ ‘ବିଜେପି’ର ସମସ୍ତ କର୍ମୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚାରିବାରୁ ଦୀୟା କହିଲେ, ଏ ପ୍ରଶ୍ନ ନିରର୍ଥକ। ‘ବିଜେପି’ ହାଇକମାଣ୍ଡ୍ ଏ ନିଷ୍ପତ୍ତି ନେବେ।
ଉଲ୍ଲେଖଯୋଗ୍ୟ, ମହାରାଜା ଦୀୟା କୁମାରୀ ହେଉଛନ୍ତି ଜୟପୁରର ଗଡ଼ଜାତର ଶେଷ ଶାସକ ଦ୍ବିତୀୟ ମାନସିଂହଙ୍କ ନାତୁଣୀ। ‘ଜୟପୁରର ସନ୍ତତି’ ଓ ‘ରାଜରାସ୍ତାରେ ଚଳପ୍ରଚଳ କରୁଥିବା ରାଜଜେମା’ ଭାବେ ପରିଚୟ ଦେଇ ସେ ଜନତାଙ୍କ ନିକଟରେ ଭୋଟ୍ ପ୍ରାର୍ଥନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/976a590a-e08d-4e62-9384-04d4c0d83db3.jpg)
