ନୂଆଦିଲ୍ଲୀ : ତ୍ରିପୁରାର ବାଂଲାଦେଶ ଅନ୍ତର୍ଜାତୀୟ ସୀମା ନିକଟରେ ଦୁଇଜଣ ବିଏସ୍ଏଫ୍ କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ବଚସା ଯୋଗୁଁ ଜଣେ ଯବାନ ଆଉ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଗୁଳି କାଣ୍ଡ ବେଳେ ସେମାନଙ୍କ ବରିଷ୍ଠ ଅଧିକାରୀ ସେମାନଙ୍କୁ ବୁଝାଇବାକୁ ଯାଇ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଗୋମାଟି ଜିଲ୍ଲାରେ କାରାବୁକ୍ଠାରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ହେଡ କନଷ୍ଟେବଳ ସତବୀର ସିଂହ କନଷ୍ଟେବଳ ପ୍ରତାପ ସିଂହଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହା ଘଟିଥିବା ଜଣାପଡିଛି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରତାପ ସିଂହ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ପୋଷ୍ଟରେ ନିୟୋଜିତ ସେଣ୍ଟ୍ରି ଦ୍ୱାରା ପ୍ରତାପଙ୍କ ଉପରକୁ ଗୁଳି ଚଳାଯାଇଥିଲା ବୋଲି ସେ କହିଛନ୍ତି। କନଷ୍ଟେବଳ ପ୍ରତାପ ସିଂହ ପୋଷ୍ଟ କମାଣ୍ଡର ସବ୍ ଇନ୍ସପେକ୍ଟର ରାମ କୁମାରଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ ଯେଉଁଥିରେ ତାଙ୍କ ଦୁଇ ଗୋଡରେ ଗୁଳି ବାଜି ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବିଭାଗୀୟ ତଦନ୍ତ ଚାଲିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/bsf-pti-1570723849.jpg)