ନୂଆଦିଲ୍ଲୀ : କେନ୍ଦ୍ର ସରକାର ସୋମବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳକ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଉତ୍ପାଦ ଶୁଳକ ବୃଦ୍ଧି କରାଯାଇଛି । ରାତି ୧୨ଟାରୁ ନୂତନ ଦର ଲାଗୁ ହେବ। ତେବେ ଏହି ଉତ୍ପାଦ ଶୁଳକ ବୃଦ୍ଧିର ପ୍ରଭାବ ସାଧରଣ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହେବ ନାହିଁ ।
ସୋମବାର (୭ ଏପ୍ରିଲ୍, ୨୦୨୫) ସରକାରଙ୍କ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, "ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଉତ୍ପାଦ ଶୁଳ୍କ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ।"
ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇବା ପରେ ସରକାର ଏହି ଉତ୍ପାଦ ଶୁଳକ ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ଯୋଗୁଁ ସୋମବାର ସକାଳେ ସେୟାର ବଜାରରେ ଅରାଜକତା ଦେଖାଦେଇଥିଲା। ଷ୍ଟକ୍ ବଜାରରେ ସେନସେକ୍ସ ତିନି ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2017/10/india-oil-price_cbbcd0b6-d5a5-11e6-a877-a82e4b02bda2.jpg)