ଅଯୋଧ୍ୟା: ଅଯୋଧା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୋଧା ଭାବେ ବସି ପୂଜା କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଗର୍ଭଗୃହରେ ପ୍ରବେଶ କରି ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂଜାରେ ବସିଛନ୍ତି। ଏହି ସମାରେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ନେଇ ପୂଜାରେ ବସିଥିବା ବେଳେ ଭଲରେ ଭଲରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି।
ମନ୍ଦିରରେ ରାମଲଲ୍ଲା (ରାମଙ୍କ ଶିଶୁ ଅବସ୍ଥା)ଙ୍କ ପ୍ରତିଷ୍ଠା ପାଇଁ ରୀତିନୀତିରେ ଅଂଶଗ୍ରହଣ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନେକ ଚିତ୍ର ଏଠାରେ ହସ୍ତଗତ ହୋଇଛି। ମନ୍ଦିର ପରିସରରେ ପ୍ରବେଶ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାମଲଲାଙ୍କ ମୂର୍ତ୍ତିର ‘ପ୍ରାଣ ପ୍ରତିଷ୍ଠା’ ପାଇଁ ସ୍ୱତନ୍ତ୍ର 'ମୁହୁରତ'ରେ ରୀତିନୀତି ସଂପନ୍ନ କରିଛନ୍ତି।
ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା। ସୁନା ବେଶରେ ରାମଲଲ୍ଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସାରୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଅରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପାରମ୍ପରିକ ପୋଷାକ ପିନ୍ଧି ଅତ୍ୟନ୍ତ ଭକ୍ତିଭାବରେ ପୂଜା କାର୍ଯ୍ୟ ସଂପନ୍ନ କରୁଥିବାର ଚିତ୍ର ସାମ୍ନାକୁ ଆସିଛି।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ବିଶିଷ୍ଟ କଳାକାର ଅମିତାଭ ବଚ୍ଚନ୍, ରଜନୀକାନ୍ତ, ଚିରଞ୍ଜୀବୀ ପ୍ରମୁଖ ଏହି ଉତ୍ସବରେ ଯୋଗଦାନ କରିଛନ୍ତି। ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନଙ୍କର ବି ଏକ ଗ୍ରୁପ୍ ଫଟୋ ଭାଇରାଲ୍ ହେଉଛି। ଫଟୋରେ ରଣବୀର କପୁର, ଆଲିଆ ଭଟ୍ଟ, ଭିକି କୌଶଲ, କ୍ୟାଟ୍ରିନା କୈଫ୍, ରୋହିତ ସେଟ୍ଟୀ, ରାଜକୁମାର ହିରାନି, ଆୟୁଷ୍ମାନ ଖୁରାନା, ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ଡାକ୍ତର ସ୍ବାମୀ ଶ୍ରୀରାମ ନେନେ ପୋଜ୍ ଦେଇଥିବାର ନଜର ଆସିଛନ୍ତି।