୨୧ ଦେଶରୁ ଏଞ୍ଜେଲ୍‌ ଟିକସ ଛାଡ଼

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଷ୍ଟାର୍ଟଅପ୍ ଗୁଡ଼ିକରେ ନିବେଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୧ଟି ଦେଶରୁ ଏଞ୍ଜେଲ ଟିକସ ଛାଡ଼ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରିଆ, କାନାଡ଼ା, ଚେକ୍‌ ଗଣତନ୍ତ୍ର, ବେଲଜିୟମ, ଡେନମାର୍କ, ଫିନଲାଣ୍ଡ, ଇସ୍ରାଏଲ, ଇଟାଲି, ଆଇସଲାଣ୍ଡ, ଜାପାନ, କୋରିଆ, ରୁଷ୍‌, ନରୱେ, ନ୍ୟୁଜିଲାଣ୍ଡ ଏବଂ ସ୍ବିଡେନ ଆଦି ରହିଛନ୍ତି। ତାଲିକାଭୁକ୍ତ ହୋଇ ନଥିବା ଭାରତୀୟ ଷ୍ଟାର୍ଟଅପ୍‌ରେ ନିବେଶ କରୁଥିବା ବିଦେଶୀ ନିବେଶକଙ୍କ ପାଇଁ ଅର୍ଥ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି।

ସେବିରେ କାଟେଗୋରି-୧ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର୍ସ, ଏଣ୍ଡାଓମେଣ୍ଟ ‌ଫଣ୍ଡ୍‌ସ, ପେନସନ ଫଣ୍ଡ୍‌ସ ଏବଂ ବ୍ରଡବେସ୍‌ଡ ପୁଲ୍‌ଡ ଇନଭେଷ୍ଟମେଣ୍ଟ୍ ଭେଇକିଲ୍ ଭାବେ ପଞ୍ଜୀକୃତ ହୋଇଥିବା ୨୧ଟି ଦେଶର ସଂସ୍ଥା ଏଞ୍ଜେଲ ଟିକସ ପରିସରକୁ ବାଦ ପଡ଼ିବେ। ଚଳିତବର୍ଷ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବା ନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସିଙ୍ଗାପୁର, ମରିସସ ,ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏଥିରେ ନଥିବାରୁ ଚିନ୍ତାବ୍ୟକ୍ତ କରାଯାଇଛି। କାରଣ ଏସବୁ ଦେଶରୁ ଭାରତକୁ ଅଧିକ ନିବେଶ ଆସିଥାଏ।

ସମ୍ବନ୍ଧିତ ଖବର