ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ |

PM spoke about extending lockdown till April 30, West Bengal also on same page: CM Mamata Banerjee- The New Indian Express
New Indian Express

ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁ ଜିନିଷ ଉପରେ ଅଧିକ ଜିଏସଟି ଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଜିଏସଟି ଛାଡ କରିବାକୁ ଅନୁରୋଧ କରିଛନ୍ତି | ଏହି ସମସ୍ତ ଟିକସ କେନ୍ଦ୍ରର ଅଧୀନରେ ଆସେ, ତେଣୁ ମୁଁ ଅନୁରୋଧ କରିବି ଯେ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରନ୍ତୁ | ଏହା ଦ୍ୱାରା ବ୍ୟକ୍ତିଗତ ସହାୟତାକୁ ଉତ୍ସାହିତ କରାଯାଇପାରିବ ଏବଂ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବେ | ଏଭଳି ହେବା ଦ୍ୱାରା ରାଜ୍ୟ ସରକାରଙ୍କ ଚାହିଦା ଏବଂ ଚିକିତ୍ସା ସମ୍ବଳର ବିପୁଳ ବ୍ୟବଧାନକୁ ସହଜରେ ପୂରଣ କରାଯାଇପାରିବ |

ସମ୍ବନ୍ଧିତ ଖବର