ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଏକଜିଟ ପୋଲ୍ ପ୍ରକାଶ ପାଇଛି । ଅଧିକାଂଶ ରିପୋର୍ଟରେ ଜମ୍ମୁ ଓ କଶ୍ମୀରରେ କାହାକୁ ସ୍ପଷ୍ଟ ବହୁମତ ନମିଳିବାର ସମ୍ଭାବନା ରହିଛି । କିନ୍ତୁ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ବିଜେପି ତୁଳନାରେ ଆଗୁଆ ରହିବାର ସମ୍ଭାବନା ରହିଛି । ତେବେ ଜମ୍ମୁ ଅଂଚଳରେ କଂଗ୍ରେସ-ଏନସି ମେଣ୍ଟ ଠାରୁ ବିଜେପି ଆଗୁଆ ରହିବାର ସମ୍ଭାବନା ରହିଛି । 

Advertisment

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଦୈନିକ ଭାସ୍କର ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟକୁ ୩୫ରୁ ୪୦ ଟି ଆସନ ମିଳିପାରେ ଏବଂ ବିଜେପିକୁ ୨୦-୨୫ ଟି ଆସନ ମିଳିପାରେ । ସେହିପରି ପିଡିପିକୁ ୪ରୁ ୭ଟି ଆସନ ମିଳିପାରେ। ଏହାବ୍ୟତୀତ ୧୨ରୁ ୧୬ଟି ସିଟ୍ ଅନ୍ୟମାନଙ୍କୁ ମିଳିପାରେ ।

ସି-ଭୋଟର ସର୍ଭେ ଅନୁଯାୟୀ, କଂଗ୍ରେସ-ଏନସି ମେଣ୍ଟକୁ ୪୦ରୁ ୪୮ ଆସନ ଓ ବିଜେପିକୁ ୨୭ରୁ ୩୨ ଆସନ ଓ ଅନ୍ୟମାନଙ୍କୁ ୬ରୁ ୧୧ଟି ଆସନ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଜମ୍ମୁ ଅଞ୍ଚଳର ୪୩ଟି ଆସନମଧ୍ୟରୁ ବିଜେପି ଏଠାରୁ ୨୭ରୁ ୩୧ଟି ଆସନ ପାଇପାରେ। କଂଗ୍ରେସକୁ ୧୧ରୁ ୧୫ ଟି ଆସନ ମିଳିପାରେ । ପିଡିପିକୁ ୨ଟି ଓ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିପାରେ।

ସେହିପରି ସି-ଭୋଟର ସର୍ଭେ ଅନୁଯାୟୀ, କଂଗ୍ରେସ-ଏନସି ମେଣ୍ଟକୁ ୪୦ରୁ ୪୮ ଆସନ ଓ ବିଜେପିକୁ ୨୭ରୁ ୩୨ ଆସନ ଓ ଅନ୍ୟମାନଙ୍କୁ ୬ରୁ ୧୧ଟି ଆସନ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଜମ୍ମୁ ଅଞ୍ଚଳର ୪୩ଟି ଆସନମଧ୍ୟରୁ ବିଜେପି ଏଠାରୁ ୨୭ରୁ ୩୧ଟି ଆସନ ପାଇପାରେ। କଂଗ୍ରେସକୁ ୧୧ରୁ ୧୫ ଟି ଆସନ ମିଳିପାରେ । ପିଡିପିକୁ ୨ଟି ଓ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିପାରେ।

ଅନ୍ୟପକ୍ଷରେ ପିପୁଲ୍ସ ପଲସ ରିପୋର୍ଟ ଅନୁସାରେ କଂଗ୍ରେସ-ଏନସି ମେଣ୍ଟକୁ ୪୬ରୁ ୫୦ ଆସନ ଓ ବିଜେପିକୁ ୨୩ରୁ ୨୭ ଆସନ ଓ ଅନ୍ୟମାନଙ୍କୁ୪ରୁ ୬ଟି ଆସନ ମିଳିବାର ସମ୍ଭାବନା ରହିଛି ।