୫ ରାଜ୍ୟରେ ସରିଲା ନିର୍ବାଚନ: କିଛି ସମୟ ପରେ ଏକଜିଟ୍ ପୋଲ କହିବ କାହା ହାତକୁ ଯିବ କ୍ଷମତା

ନୂଆଦିଲ୍ଲୀ: ୫ ରାଜ୍ୟରେ ସରିଲା ନିର୍ବାଚନ। ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ ସର୍ଭେ ରିପୋର୍ଟ। ଆଜି ‌ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ କିଛି ସମୟ ପରେ ଆରମ୍ଭ ହେବ ଏକଜିଟ୍ ପୋଲ। ପଞ୍ଜାବ, ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ମତଦାନ ହୋଇଥିବା ବେଳେ କେଉଁଠି କେଉଁ ଦଳ କ୍ଷମତାକୁ ଆସିବ, ତାହା ଏକଜିଟ୍ ପୋଲ ପରେ ଜଣାପଡ଼ିବ।

ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେତେ ରହିଛି ତାହା ଫଳଫଳା ଆସିବା ପରେ ସ୍ପଷ୍ଟ ହେବ।

ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ଶେଷ ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟର ୪୦୩ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ପଡିଛି ଭୋଟ । ତେବେ ୧୦ତାରିଖରେ ଫଳାଫଳ ଆସିବ । କିନ୍ତୁ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ଆସିଯିବ ଏକ୍ଜିଟ ପୋଲ ଅର୍ଥାତ ବୁଥ ବାହୁଡା ମତ । ଉତ୍ତରପ୍ରଦେଶ ସହିତ ପଞ୍ଜାବ, ମଣିପୁର, ଉତରାଖଣ୍ଡ ଓ ଗୋଆର ମଧ୍ୟ ନିର୍ବାଚନ ସରିଛି । ଆଉ କିଛି ସମୟ ମଧ୍ୟରେ ଏହି ସବୁ ରାଜ୍ୟର ମଧ୍ୟ ଏକ୍ଜିଟ୍ ପୋଲ ସର୍ଭେ ରିପୋର୍ଟ ଆସିବ ।

ରିପୋର୍ଟ ଆସିବା ପରେ କେଉଁ ଦଳ କେଉଁଠି ସରକାର ଗଢ଼ିବା ତାହାର ସଙ୍କେତ ମିଳିବ। ଉତ୍ତରପ୍ରଦେଶରେ ୪୦୩ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ପଞ୍ଜାବରେ ୧୧୭ ଆସନ ପାଇଁ, ଗୋଆର ୪୦ଟି ବିଧାନସଭା ଆସନ ପାଇଁ, ଉତରାଖଣ୍ଡର ୭୦ଟି ବିଧାନସଭା ଆସନ ଓ ମଣିପୁରର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ।

ସମ୍ବନ୍ଧିତ ଖବର