ଏକ୍‌ଜିଟ୍‌ ପୋଲ ସର୍ଭେ: ଗୁଜରାଟରେ ପୁଣି ଫୁଟିବ ପଦ୍ମ, ହିମାଚଳରେ କଂଗ୍ରେସ ଛାଡ଼ିବ ଗାଦି!

ନୂଆଦିଲ୍ଳୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଗୁରୁବାର ଏକ୍‌ଜିଟ୍‌ ପୋଲ ସର୍ଭେ ରିପୋର୍ଟ ଆସିଛି। ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଗୁଜରାଟରେ ଭାରତୀୟ ଜନତାକୁ ପାର୍ଟିକୁ ୧୦୦ରୁ ଅଧିକ ଆସନ ମିଳିବ ବୋଲି ଆକଳନ କରିଛନ୍ତି। ସେହିପରି ସର୍ଭେ ଅନୁସାରେ ହିମାଚଳ ପ୍ରଦେଶରେ କଂଗ୍ରେସ କ୍ଷମତାରୁ ଓହରିବ ବୋଲି ଏକ୍‌ଜିଟ୍‌ ପୋଲର ସର୍ଭେରେ ପୂର୍ବାନୁମାନ ହୋଇଛି। ସେ ଯାହା ବି ହେଉ ତିନି ଦିନ ପରେ ଆଗାମୀ ଡିସେମ୍ବର ୧୮ରେ ନିର୍ବାଚନ ଫଳାଫଳ ଆସିବା ପରେ ମତଦାତା କାହାକୁ ସମର୍ଥନ କରୁଛନ୍ତି ଜଣାପଡ଼ିବ।

ଏକ୍‌ଜିଟ୍‌ ପୋଲ: ଗୁଜରାଟ-୧୮୨ ସିଟ, ବହୁମତ ପାଇଁ ଆବଶ୍ୟକ-୯୨ ସିଟ

ଏବିପି ସିଏସ୍‌ଡିଏସ୍‌:
ବିଜେପି: ୧୧୭, କଂଗ୍ରେସ: ୬୪, ଅନ୍ୟ:୦୧

ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆ:
ବିଜେପି: ୯୯-୧୧୩, କଂଗ୍ରେସ: ୬୮-୮୨, ଅନ୍ୟ: ୧-୪

ରିପ୍ଲବିକ ସି ଭୋଟର:
ବିଜେପି: ୧୦୮, କଂଗ୍ରେସ: ୭୪, ଅନ୍ୟ:୦୦

ନ୍ୟୁଜ ୨୪ ଚାଣକ୍ୟ:
ବିଜେପି: ୧୩୫, କଂଗ୍ରେସ: ୪୭: ଅନ୍ୟ:୦୦

ଟାଇମ୍ସ ନାଓ-ଭିଏମ୍‌ଆର:
ବିଜେପି: ୧୦୯, କଂଗ୍ରେସ: ୭୦, ଅନ୍ୟ:୦୩

ଇଣ୍ଡିଆ ନ୍ୟୁଜ-ସିଏନ୍‌ଏକ୍ସ:
ବିଜେପି: ୧୧୦-୧୨୦, କଂଗ୍ରେସ: ୬୫-୭୫, ଅନ୍ୟ:୨-୪

ଜି ନ୍ୟୁଜ-ଏକ୍ସିସ:
ବିଜେପି: ୯୯-୧୧୩, କଂଗ୍ରେସ: ୬୮-୮୨, ଅନ୍ୟ: ୦୧

ଫଳାଫଳ ୨୦୧୨: ବିଜେପି: ୧୧୬, କଂଗ୍ରେସ: ୬୦, ଅନ୍ୟ:୦୬

ଏକ୍‌ଜିଟ୍‌ ପୋଲ: ହିମାଚଳ-୬୮ ସିଟ, ବହୁମତ ପାଇଁ ଆବଶ୍ୟକ-୩୫ ସିଟ

ଏବିପି ସିଏସ୍‌ଡିଏସ୍‌:
ବିଜେପି: ୩୫-୪୧, କଂଗ୍ରେସ: ୨୬-୩୨, ଅନ୍ୟ:୦-୨

ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆ:
ବିଜେପି: ୪୭-୫୫, କଂଗ୍ରେସ: ୧୩-୨୦, ଅନ୍ୟ: ୦-୦୨

ରିପ୍ଲବିକ ସି ଭୋଟର:
ବିଜେପି: ୪୧, କଂଗ୍ରେସ: ୨୫, ଅନ୍ୟ:୦୨

ନ୍ୟୁଜ ୨୪ ଚାଣକ୍ୟ:
ବିଜେପି: ୫୫, କଂଗ୍ରେସ: ୧୩: ଅନ୍ୟ:୦୦

ଫଳାଫଳ ୨୦୧୨: ବିଜେପି: ୨୬, କଂଗ୍ରେସ: ୩୬, ଅନ୍ୟ:୦୬

ସମ୍ବନ୍ଧିତ ଖବର