ନୂଆଦିଲ୍ଲୀ : ଆଜି ହରିୟାଣାରେ ଭୋଟ ଗ୍ରହଣ ଶେଷ ହୋଇଛି । ପୂର୍ବରୁ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ । ଏବେ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀରରେ ଝୁଲା ବିଧାନସଭା ହେବା ଦେଖାଦେଇଛି ।
ଧ୍ରୁବ ରିସର୍ଚ୍ଚର ସର୍ଭେରେ କଂଗ୍ରେସକୁ ୫୭ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିବା ବେଳେ ବିଜେପିକୁ ୨୭ଟି ଆସନ ମିଳିଥିବା ଦେଖିବାକୁ ମିଳିଛି। ଅନ୍ୟମାନଙ୍କୁ ମଧ୍ୟ ସର୍ଭେରେ ୬ଟି ସିଟ୍ ମିଳୁଛି। ସେହିପରି ରିପବ୍ଲିକ ଟିଭିର ସର୍ଭେ ଅନୁସାରେ କଂଗ୍ରେସକୁ ୫୫ରୁ୬୨ ଓ ବିଜେପିକୁ ୧୮-୨୪ଟି ଆସନ ମିଳିବାର ସମ୍ଭାବନା ରହିଛି ।

ମାଟ୍ରିଜର ଏକ୍ଜିଟ୍ ପୋଲ୍ ଅନୁଯାୟୀ ହରିୟାଣାର ୯୦ଟି ବିଧାନସଭା ଆସନରୁ କଂଗ୍ରେସ ପ୍ରାୟ ୫୫ରୁ ୬୨ଟି ଆସନରେ ଆଗୁଆ ରହିଛି। ସର୍ଭେ ଅନୁଯାୟୀ କଂଗ୍ରେସକୁ ୧୮ରୁ ୨୪ ଟି ଆସନ ମିଳିପାରେ । ଏହାବ୍ୟତୀତ ଆଇଏନଏଲଡି+ କୁ ୩ରୁ ୬ଟି ଆସନ ମିଳିଥିବା ବେଳେ ଜେଜେପି ଶୂନରୁ ୩ ଟି ଆସନରେ ଆଗୁଆ ରହିଛି । ଅନ୍ୟମାନଙ୍କୁ ୨ରୁ ୫ଟି ଆସନ ମିଳିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/vWiWBtgo4hCM7pBCEZuf.jpeg)