ଏକଜିଟ୍ ପୋଲ :  ବିହାରରେ ଆରଜେଡ଼ି ମେଣ୍ଟ ସରକାର ଗଢିବା ସମ୍ଭାବନା

 ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି ।

 

ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ବାଧୀନ ମହାଗଠବନ୍ଧନ ଏନଡିଏ ତୁଳନାରେ ଆଗୁଆ ଥିବା ଦର୍ଶାଯାଇଛି ।

 

ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ଅନ୍ୟୁନ ୧୨୨ଟି ଆସନ ଆବଶ୍ୟକ ।

 

ରିପବ୍ଲିକ-ଜନ କୀ ବାତର ରିପୋର୍ଟ ଅନୁସାରେ ଏହି ନିର୍ବାଚନରେ ଏନଡିଏ ୯୧-୧୧୭ଟି ଓ ମହାଗଠବନ୍ଧନ ୧୧୮ରୁ ୧୩୮ଟି ଆସନ ପାଇବ ।  ସେହିପରି ଟାଇମ୍ସ ନାଓ-ସିଭୋଟରର ସର୍ଭେ ଅନୁସାରେ ଏନଡିଏ ୧୧୬ଟି ଓ ମହାଗଠବନ୍ଧନ ୧୨୦ଟି ଆସନ ପାଇବ ।  ଅନ୍ୟପକ୍ଷରେ ଏବିପି-ସିଭୋଟର ଅନୁସାରେ ଏନଡିଓ ୧୦୪-୧୨୮ ଓ ମହାଗଠବନ୍ଧନ ୧୦୮ରୁ ୧୩୧ଟି ଆସନ ପାଇବ । 

ସମ୍ବନ୍ଧିତ ଖବର